Odia News Portal

ଵଢ଼ିଲା ଅନୁଭବ – ମନ୍‌ଜିତ୍‌ ଙ୍କ କଳି

କଟକ : ସାସଂଦ ଅନୁଭବ ମହାନ୍ତିଙ୍କ ନାମରେ ତାଙ୍କର ପଡୋଶୀ ମନ୍‌ଜିତ୍‌ ଦାସ୍‌ ଥାନାରେ ଏତଲା ରୁଜୁ କରିଛନ୍ତି । ଗତମାସ ୩୦ ତାରିଖରେ ମନ୍‌ଜିତଙ୍କ ନାମରେ ସାସଂଦ ଅନୁଭବ ମହାନ୍ତି ଏତଲା ରୁଜୁ କରିଥିଲେ ।

ସୂଚନା ଯୋଗ୍ୟ କାର୍‌ ପାର୍କିଂ ଓ ଅନ୍ୟ ଘଟଣାକୁ ନେଇ ମନ୍‌ଜିତ୍‌ ଓ ଅନୁଭବଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ଘଟଣାରେ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲେ । ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନଜିତ୍ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କୁ ମନଜିତ୍ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଅନ୍ୟପଟେ ମନଜିତ ଦାସ କହିଥିଲେ ସେ ଦଳୀୟ ଫୋରମରେ ଅଭିଯୋଗ କରିବେ ପୋଲିସ ପାଖରେ ନୁହଁ।