ଭୁବନେଶ୍ବର() ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କରିଛନ୍ତି ଦଳ ସୁପି୍ରମୋ । ଏହାସହ ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ନବୀନ ।
ଏହାପୂର୍ବରୁ ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନବୀନ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିଜ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନବୀନ ।