Odia News Portal

ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ‘ଓଡ଼ିଶା ଦିବସର ଶୁଭେଚ୍ଛା’

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭିଡିଓ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିକାଶର ନୂଆ ପରିଭାଷା ସାଜିଛି। ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ହେବା ଉଚିତ ନୁହେଁ।

ଜନସାଧାରଣ ହେଉଛନ୍ତି ବିକାଶର ଭାଗିଦାର। ଆମର ପ୍ରକୃତ ବିକାଶ ପାଇଁ ବିକାଶ ପ୍ରକ୍ରିୟାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ।