Odia News Portal

କଟକରେ ବିଗିଡି ଚାଲିଛି ସ୍ଥିତି, ଗୋଷ୍ଠୀ ସଂକ୍ରମଣ ଆଶଙ୍କା !

କଟକ- କଟକରେ ବିଗିଡି ଚାଲିଛି କୋଭିଡ ସଂକ୍ରମଣ ସ୍ଥିତି । ପ୍ରତିଦିନ ସଂକ୍ରମଣ ହାର ବଢ଼ୁଛି । ଆଜି କଟକରୁ ୧୦୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ନୋଡାଲ ଅଧିକାରୀ । ବାହାରୁ କଟକୁ ଲୋକେ ଆସୁଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏନେଇ ଆଇସିଏମଆର ବିଶେଷଜ୍ଞ ସ୍ଥିର କରିବେ ବୋଲି ସେ କହିଛନ୍ତିି । ଆଜି ଗୋଟିଏ ଦିନରେ ୧୧୮୦୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୫୨, ଖୋର୍ଦ୍ଧାରୁ ୧୫୧୦ ଓ ସୁନ୍ଦରଗଡରୁ ସର୍ବାଧିକ ୧୯୨୨ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯାହା ଜଣାପଡୁଛି ୪/୫ ଦିନରେ ସଂକ୍ରମଣ ପିକ୍ କୁ ଆସିଯିବ । ଏହାପରେ ଧିରେ ଧିରେ ସଂଖ୍ୟା କମିବ ବୋଲି ସେ କହିଛନ୍ତି ।