Odia News Portal

ଟ୍ବିନସିଟିକୁ ଡରାଇଲାଣି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବର ଓ କଟକରେ ଅଧିକ ପ୍ରବାସୀ ରହୁଛନ୍ତି । ଟ୍ବିନସିଟିରେ ପ୍ରତିଦିନ ପାଖାପାଖି ସଂକ୍ରମଣ ସଂଖ୍ୟା ହଜାରେ ରହୁଛି । ତେଣୁୁ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ ପରିସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ବିଗତ ୨୪ ଘଣ୍ଟାରେ ୮ ହଜାର ସଂକ୍ରମଣ ସଂକ୍ରମିତ ହୋଇଥିବା ବେଳେ କାଲି କି ସଂକ୍ରମଣ କମିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

ସଂକ୍ରମଣକୁ ଦେଖି ବେଡ୍ ବ୍ୟବସ୍ଥା ହେଉଛି । ଏବେ ପର୍ଯ୍ୟାପ୍ତ ବେଡ୍‌ ଅଛି । ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ଯେଉଁଠି ଆବିଶ୍ୟକ, ସେଠାରେ ବେଡ୍‌ ସଂଖ୍ୟା ବଢାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏବେ ରାଜ୍ୟରେ ଉପଲବ୍ଧ ଥିବା ସାଧାରଣ ଶଯ୍ୟା ୩୩ରୁ ୩୮ ପ୍ରତିଶତରେ ଆକ୍ରାନ୍ତ ଥିବାବେଳେ ଭେଣ୍ଟିଲେଟରରେ ୩୬ ପ୍ରତିଶତ ରୋଗୀ ଅଛନ୍ତି । ସେହିଭଳି ଆଇସିୟୁ ବେଡରେ ୫୬ ପ୍ରତିଶତ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଯେତିକି ରୋଗୀଙ୍କୁ ଆଇସିୟୁ ଓ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ସେଥିପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।