Odia News Portal

ଆଜି ରାତି 9ଟା 19 ପୂର୍ବରୁ ଦୀପାବଳି ପୂଜା ସାରନ୍ତୁ

ଭୁବନେଶ୍ବର (): ଆଜି କାର୍ତ୍ତିକ ଅମାବାସ୍ୟା | ଆଜି ରାତି ୮.୧୬ ମିନିଟ ପର୍ଯ୍ୟନ୍ତ ସ୍ଵାତି ନକ୍ଷତ୍ର ରହୁଛନ୍ତି  । ଆଜି ଦିନରେ ପୂଜାର୍ଚ୍ଚନା ବିଶେଷ ଫଳପ୍ରଦ | | ରାତି ୯ଟା ୨୦ ମିନିଟରୁ କାର୍ତ୍ତିକ ମାସ ଶୁକ୍ଲପକ୍ଷର ଶୁଭାରମ୍ଭ ହେଉଛି | ତେଣୁ ରାତି ୯ଟା ୧୯ ପୂର୍ବରୁ ଦୀପାବଳି ପୂଜା ସମାପ୍ତ କରିବା ଉଚିତ| ଦୀପାବଳିର ପୂଜା ପାଇଁ ପ୍ରକୃଷ୍ଟ ସମୟ ପ୍ରଦୋଷକାଳ | ଏହି ସମୟରେ ସ୍ଥିର ଲଗ୍ନ ରହିଥାଏ । ସନ୍ଧ୍ୟା ୬ଟା ୩ମିନିଟରୁ ସ୍ଥିର ଲଗ୍ନ ବୃଷଭ ରାତି ୮ଟା ପର୍ଯ୍ୟନ୍ତ ରହିବେ |

ଗତକାଲି ରାତି ୧୦ଟା ୭ ମିନିଟରୁ ଅମାବାସ୍ୟା ତିଥି ଆରମ୍ଭ ହୋଇ ଆଜି ରାତି ୯ଟା ୨୦ମିନିଟ ପର୍ଯ୍ୟନ୍ତ ରହିବ | ଏହି ସମୟ ମଧ୍ୟରେ ମା ଲକ୍ଷ୍ମୀଙ୍କ ଆରାଧନା କଲେ ଯଶ, କୀର୍ତ୍ତି ଓ ପୌରୁଷ ପ୍ରାପ୍ତି ସାଙ୍ଗକୁ ଧନଧାନ୍ୟ ଲାଭ ହେବ ବୋଲି ବିଶ୍ବାସ ରହିଛି | ଏହି ସମୟରେ ମଧ୍ୟ ଯେକୌଣସି ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇପାରେ |

ଆଜି ସନ୍ଧ୍ୟା ସମୟରେ ଦେବା ମନ୍ଦିରରେ ଦୀପ ଦାନ କଲେ ସର୍ବ ପାପ ବିମୋଚନ ହୋଇଥାଏ | ବିଭୁ କୃପା ବର୍ଷା ହୋଇଥାଏ | ଆଜି ମୁଖ୍ୟତଃ ଶ୍ରୀ ସ୍ତୋତ୍ରମ, କନକଧାରା ସ୍ତୋତ୍ରମ, ଲକ୍ଷ୍ମୀ ଚାଳିଶା ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କଲେ ସୁଫଳ ପ୍ରାପ୍ତି ହୋଇଥାଏ |