Odia News Portal

ଭିକ୍ଷାମାଗି, ଯୋତା ପଲିସ କରି ଯୁବ କଂଗ୍ରେସ  କଲା ପ୍ରତିବାଦ

ଭୁବନେଶ୍ୱର () ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇବର୍ଷ ସରକାରୀ ନିଯୁକ୍ତି କାଟ୍ ପ୍ରତିବାଦରେ ଏକ ଅଭିନବ ଉପାୟରେ ଭିକ୍ଷାମାଗି, ଯୋତାପଲିସ୍ କରି କୋଭିଡ-୧୯ ନିୟମକୁ ମାନି ପ୍ରତିବାଦ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ।

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନେ ଏବେ ବିନା କାମରେ ଘରେ ବସିଛନ୍ତି, ଏହି ମୂହୁତରେ ଓଡ଼ିଶା ସରକାରଙ୍କର ଏହି କଠୋର ନିଷ୍ପତି ଓଡ଼ିଶାର ଶିକ୍ଷିତ ଯୁବକଯୁବତୀମାନେ ଏବଂ ସେମାନଙ୍କର ଅଭିଭାବକ ମାନସିକ ପଗ୍ରସ୍ତ ହେବବୋଲି ଡ. ଲେଙ୍କା କହିଛନ୍ତି ।

ଶିକ୍ଷିତ ଯୁବକ ଯୁବତୀମାନେ ଗତ କିଛିବର୍ଷ ଧରି କଠୋର ପରିଶ୍ରମ କରି ସରକାରୀ ଚାକିିିରୀ ପାଇଁ ଯେଉଁ ଆଶା ବାନ୍ଧିଥିଲେ ଏବଂ ଗତ ୨୦ବର୍ଷର ନିରପେକ୍ଷ ଶାସନ ମଧ୍ୟରେ ରାଜ୍ୟର ବେରୋଜଗାରୀ ଦର ଶୀର୍ଷକୁ ପହଂଚାଇଥିବା ବେଳେ ଏହି ନିଷ୍ପତି ସେମାନଙ୍କ ପାଇଁ ବୋଝ ଉପରେ ଲଳିତାବିଡ଼ା ସଦୃଶ କହିଲେ ଅତୁ୍ୟକ୍ତି ହେବ ନାହିଁ । ଯେଉଁ ଅଭିଭାବକମାନେ ବ୍ୟାଙ୍କରୁ ଋଣକରି ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ସେମାନଙ୍କୁ ଯଦି ଦୁଇବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ନ ମିଳେ ତାହେଲେ ସେମାନଙ୍କର ଅଭିଭାବକମାନେ ମାନସିକ ଭାରସାମ ହରାଇବାର ଆଶଂକା ରହିଛି ।

ତେଣୁ ଯୁବ କଂଗ୍ରେସ ଏହି ନିଷ୍ପତିକୁ କଠୋର ନିନ୍ଦା କରୁଛି ଏବଂ ସରକାରଙ୍କୁ ଚେତାବନୀ ଦେଉଛି ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଓଡ଼ିଶା ଯୁବ କଂଗ୍ରେସ ଯୁବକଯୁବତୀ ମାନଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାରେ ସରକାର ସହ ଲଢେ଼ଇ କରିବ । ଏହି ପ୍ରତିବାଦ ଶୋଭାଯାତ୍ରାରେ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ଯୁବନେତା ମାନସ ରଞ୍ଜନ କର, କିରଣ ସାହୁ, ନିହାର ବେହେରା, ନଳିନୀକାନ୍ତ ନାୟକ, ଜ୍ଞାନ ରଞ୍ଜନ ରାଉତ, ହରେକୃଷ୍ଣ ମହାନ୍ତି, ଆଶୁତୋଷ ଲେଙ୍କା ପ୍ରମୁଖ ବହୁ ଯୁବନେତା ଯୋଗଦେଇଥିଲେ ।