Odia News Portal

ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୫୩

  • ଓ୍ଵେଲିଂଟନ : ଦ୍ରୁତ ଓ ସ୍ଵିଙ୍ଗ ବୋଲରଙ୍କ ଅନୁକୂଳ ପିଚରେ ପୁଣି ଥରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି। ହାମିଲଟନ ଦିନିକିଆ ପରି ଆଜିର ମ୍ୟାଚରେ ବି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି। ମାତ୍ର ଅମ୍ବତି ରାୟୁଡୁଙ୍କ ଲଢୁଆ(୯୦ରନ)  ଓ ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ବ୍ୟାଟିଂ ବଳରେ ଏଠାରେ ଖେଳାଯାଉଥିବା ସିରିଜର ଅନ୍ତିମ ଦିନିକିଆରେ ଭାରତ ୪୯.୫ ଓଭରରେ ୨୫୨ ରନରେ ଅଲଆଉଟ୍ ହୋଇଛି। ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୩ ରନର ବିଜୟ ଲକ୍ଷ୍ୟ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟ ୟ ପରେ ଅମ୍ବତି ରାୟୁଡୁଙ୍କ ଧୈର୍ଯ୍ୟପୂର୍ଣ୍ଣ ୯୦ ରନର ପାଳି ,  ପାଣ୍ଡ୍ୟାଙ୍କ ୨୨ ବଲରୟ ୪୫ ରନ, ବିଜୟ ଶଙ୍କରଙ୍କ ୪୫ ଓ କେଦାର ଯାଦବଙ୍କ ୩୪ ରନ ବଳରେ ଭାରତ ୨୪୦ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନେରି ୪  ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଚତୁର୍ଥ ଦିନିକିଆ ପରି ପଞ୍ଚମ ଦିନିକିଆରେ ମଧ୍ୟ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଭାରତ ୧୮ ରନ ମଧ୍ୟରେ ଶୀର୍ଷ ୪ ବ୍ୟାଟସମ୍ୟାନଙ୍କୁ  ହରାଇଥିଲା।  ୮ ରନ  ସ୍କୋରରେ ଭାରତକୁ ଅଧିନାୟକ ରୋହିତଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ରୋହିତ(୨) ହେନେରିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲା। ଏହା ପରେ ୧୨ ରନ ସ୍କୋରରେ ଶିଖର ଧାଓ୍ଵନ(୬) ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ।

ଏହି କ୍ରମରେ ୧୭ ରନ ସ୍କୋରରେ ନବାଗତ ଶୁଭମାନ ଗିଲ(୭) ପୁଣି ଥରେ ବିଫଳ ହୋଇଛନ୍ତି। ଏହା ପରେ ଫର୍ମରେ ଥିବା ଧୋନୀଙ୍କ ଦଳ ବହୁତ ଆଶା ରଖିଥିଲା। ମାତ୍ର  ଧୋନୀ(୧) ବୋଲ୍ଟଙ୍କ ବଲରେ ବୋଲ୍ଡ ହୋଇଥିଲେ। ୧୮ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ୟ୍ୟଙୟର ସମ୍ମୁଖୀନ ହୋଇ ବିପଦରେ ପଡ଼ିଥିବା ଭାରତର ପାଳିକୁ ସମ୍ଭାଳିଥିଲେ ଅମ୍ବତି ରାୟୁଡୁ ଓ ବିଜୟ ଶଙ୍କର। ଉଭୟ ବ୍ୟାଟସମ୍ୟାନ ଧୈର୍ୟ୍ୟତର ସହ ବ୍ୟାଟିଂ କରି ଭାରତକୁ ଏହି ସ୍ଥିତିରୁ ମୁକୁଳାଇଥଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୯୮ ରନ ଯୋଡି ଦଳର ସ୍କୋରକୁ ୧୧୬ରେ ପହଞ୍ଚାଇଥିଲେ।

୧୧୬ ରନ ସ୍କୋରରେ ବିଜୟ ଶଙ୍କର ଆଉଟ୍ ହୋଇଥିଲେ। ଶଙ୍କର  ୬୪ ବଲରୁ ୪ ଚୌକା ବଳରେ ୪୫ ରନ କରିଥିଲେ। ଏହା ପରେ ରାୟୁଡୁ ଓ କେଦାର ଯାଦବଙ୍କ ମଧ୍ୟରେ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ  ମିଳିଥିଲା। ଉଭୟ ଷଷ୍ଠ ଓ୍ଵିକେଟରେ ୭୪ ରନ ଯୋଡିଥିଲେ। ମାତ୍ର ୧୯୦ ରନ ସ୍କୋରରେ ଭାରତକୁ ରାୟୁଡୁଙ୍କ ରୂପେ ବଡ଼ ଝଟକା ଲାଗିଥିଲା। ରାୟୁଡୁ ଦିନିକିଆ କ୍ୟାରିୟରରେ ୧୦ମ ଅର୍ଦ୍ଧଶତକ ହାସଲ କରି ଶତକ ଆଡକୁ ଗତି କରୁଥିଲେ। ମାତ୍ର  ବ୍ୟକ୍ତିଗତ ୯୦ ରନରେ ତାଙ୍କର ଏକ ଦମଦାର ପାଳିର ଅନ୍ତ ଘଟିଥିଲା ଏବଂ ୧୦ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।  ସେ ୧୧୮ ବଲରୁ  ୮ ଚୌକା ଓ ୪ ଛକା  ବଳରେ ୯୦ ରନ କରିଥିଲେ।

ଏହା ପରେ ୨୦୩ ରନ ସ୍କୋରରେ ଭାରତ କେଦାର ଯାଦବଙ୍କ ଓ୍ଵିକେଟ୍ ହରାଇଥିଲା। ଯାଦବ ୪୫ ବଲରୁ ୩ ଚୌକା ଜରିଆରେ  ୩୪ ରନ କରିଥିଲେ।