Odia News Portal

ପ୍ରଶାନ୍ତ ମେମୋରିଆଲ ଟି-୨୦ : କମିଶନରେଟ୍‌ ପୋଲିସ୍‌ ଠାରୁ ଜିତିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ

ଭୁବନେଶ୍ୱର : ଫୁରୁସତରେ କ୍ରିକେଟ୍‌ ମ୍ୟାଚ୍‌ । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଲେ କମିଶନରେଟ୍‌ ପୋଲିସ୍‌ ଏକାଦଶ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ‘ଓସଜା’ ଏକାଦଶ । ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ ପକ୍ଷରୁ ପ୍ରଶାନ୍ତ ମେମୋରିଆଲ ଟି-୨୦ ଲୟର୍ସ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଆଜି ସକାଳେ କମିଶନରେଟ୍‌ ପୋଲିସ୍‌ ଏବଂ ଓସଜା ମଧ୍ୟରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା ।

ମଜାମସ୍ତି ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଓସ୍‌ ଜା ଏକାଦଶ ୨ ଓ୍ଵିକେଟ୍‌ରେ କମିଶନରେଟ୍‌ ପୋଲିସ୍‌ ଏକାଦଶକୁ ହରାଇ ବିଜୟୀ ହୋଇଛି । ଟସ୍‌ ଜିତି କମିଶନରେଟ୍‌ ପୋଲିସ୍‌ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪ ଓ୍ଵିକେଟ୍‌ ହରାଇ କରିଥିଲା ୧୭୬ ରନ୍‌ । ଏହାର ଜବାବରେ ଓସ୍‌ଜା ଏକାଦଶ ୮ ଓ୍ଵିକେଟ୍‌ ବିନିମୟରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା ।

ମ୍ୟାଚ୍‌ର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅରବିନ୍ଦ ଢ଼ାଲି , ଅତିରିକ୍ତ ଡିଜି କ୍ରାଇମ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।