Odia News Portal

କ୍ଷେତରେ ତରଭୂଜ ଓ ଅମୃତଭଣ୍ଡା ଗଛ ଲଗେଇ ଧୋନୀ

ଖୁବ୍‌ଶୀଘ୍ର କ୍ରିକେଟ ପଡ଼ିଆରେ ନଜର ଆସିବେ ମହେନ୍ଦ୍ର ସିଂ ଧୋନୀ। ସେ ଆଇପିଏଲ୍‌ ୨୦୨୦ରେ ଧମାଲ୍‌ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଏହାରି ଭିତରେ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଫେସ୍‌ବୁକ ଆକାଉଣ୍ଟରେ ଶେୟାର କରାଯାଇଥିବା ଭିଡିଓରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ ନୂଆ ରୂପରେ ନଜର ଆସୁଛନ୍ତି। ଏଥିରେ ସେ କ୍ଷେତବାଡ଼ି କରୁଥିବା ଦେଖାଯାଉଛନ୍ତି।

୩୮ ବର୍ଷୀୟ ଧୋନୀ ଜୈବିକ ଚାଷ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ସେ ନିଜ ହୋମ୍‌ ଟାଉନ୍‌ ରାଞ୍ଚିରେ ତରଭୂଜ ଏବଂ ଅମୃତଭଣ୍ଡା ଗଛ ଲଗାଇବାର ପ୍ରଣାଳୀ ଶିଖୁଛନ୍ତି। କୁହାଯାଉଛି, ଧୋନୀ ନିଜ ଅବସର ଯୋଜନାକୁ ନେଇ କାମ କରିବା ଆରମ୍ଭ କରିଦେଇଛନ୍ତି। ଭିଡିଓକୁ ଧୋନୀ ନିଜ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘ରାଞ୍ଚିରେ ୨୦ ଦିନରେ ତରଭୂଜ ଓ ଅମୃତଭଣ୍ଡାର ଜୈବିକ ଚାଷ ଆରମ୍ଭ କରିଛି। ପ୍ରଥମ ଥର କରିଥିବାରୁ ବହୁତ ଉତ୍ସୁକ ଅଛି’। ୨ ମିନିଟ୍‌ର ଏହି ଭିଡିଓରେ ଧୋନୀ ଚାଷ ଆରମ୍ଭ କରିବା ପୂର୍ବରୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି।