ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସ ବୁଧବାର ଭାରତର ଋଷିକେଶଠାରେ ପହଞ୍ଚିଥିଲେ। ଏଠାରେ ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ଟୁଇଟରରେ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ ସହିତ କ୍ୟାପସନ ଲେଖିଛନ୍ତି ଯେ ‘ପବିତ୍ର ଗଙ୍ଗାର ଥଣ୍ଡା ପାଣିରେ ବୁଡ଼ ପକାଇଲେ ଶାରୀରିକ ଏବଂ ଆଧ୍ୟାତ୍ମିକ ଫାଇଦା ମିଳିଥାଏ’। ଏହା ଉପରେ ଜଣେ ଭାରତୀୟ ୟୁଜର ଲେଖିଥିଲେ, ‘ଭାରତରେ ଆପଣଙ୍କୁ ସ୍ୱାଗତ’। ସେଠି ଭାରତୀୟ ସ୍ପିନର ହରଭଜନ ସିଂ ଲେଖିଥିଲେ ଯେ ‘ମୋ ସାଙ୍ଗ, ଆପଣ ମୋଠାରୁ ଅଧିକ ଭାରତ ଦେଖିଛନ୍ତି। ଆପଣଙ୍କୁ ଗଙ୍ଗାରେ ବୁଡ଼ ପକାଇବାର ଦେଖି ଖୁସି ଲାଗୁଛି। ଆରଥରକୁ ମୋତେ ବି ସାଙ୍ଗରେ ନେଇକି ଯିବେ’।
ଜଣ୍ଟି ନିଜ ଫଟୋ ସହିତ ୩ ହ୍ୟାସ୍ଟ୍ୟାଗ୍ ଶବ୍ଦ ବ୍ୟବହାର କରିଛନ୍ତି। ସେ ମୋକ୍ଷ, ଋଷିକେଶ ଏବଂ ଇଣ୍ଟରନ୍ୟାଶନାଲ ଯୋଗ ଫେଷ୍ଟିଭାଲ ଶବ୍ଦକୁ ଟ୍ୟାଗ କରିଛନ୍ତି। ଜଣ୍ଟି ଭାରତୀୟ ଷ୍ଟାଇଲରେ ଛାତି ପଯ୍ୟର୍ନ୍ତ ଗଙ୍ଗାରେ ବୁଡ଼ି ରହି ଛିଡ଼ାହୋଇଛନ୍ତି ଏବଂ ଦୁଇ ହାତ ଯୋଡ଼ିଛନ୍ତି। କହି ରଖୁଛୁ, ଜଣ୍ଟି ଏବେ ନିଜ ପରିବାର ସହିତ ଭାରତରେ ଛୁଟି କାଟୁଛନ୍ତି। ୨୦୨୬ରେ ଜନ୍ମ ହୋଇଥିବା ନିଜ ଝିଅର ନାଁ ସେ ‘ଇଣ୍ଡିଆ’ ମଧ୍ୟ ରଖିଛନ୍ତି।
