Odia News Portal

ଧୋନିଙ୍କ ନୂଆ ଲୁକ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍ସଙ୍କୁ ଦୀର୍ଘ ଦିନ ପରେ ତାଙ୍କର ଫଟୋ ଦେଖିବାକୁ ମିଳିଥିଲା। କିନ୍ତୁ ଧୋନିଙ୍କ ନୂଆ ଲୁକ୍ସ ଦେଖି ତାଙ୍କର ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଧୋନିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଫଟୋରେ ଧୋନି ପୂର୍ବ ଅପେକ୍ଷା ଖୁବ୍ ବୟସ୍କ ଦେଖାଯାଉଛନ୍ତି। ଫଟୋକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଧୋନି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଜିଭା ସହିତ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଧୋନି ପୂର୍ବ ଅପେକ୍ଷା ଅଧିକ ବୟସ୍କ ଦେଖାଯାଉଛନ୍ତି। ତାଙ୍କର ନୂଆ ଲୁକ୍ସ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ଧୋନି ରାଞ୍ଚି ସ୍ଥିତ ନିଜର ଫାର୍ମ ହାଉସରେ ଝିଅ ଜିଭା ସହିତ ଖେଳୁଛନ୍ତି। ଜିଭାଙ୍କ ସହିତ ଖେଳୁଥିବା ବେଳ ଧୋନିଙ୍କ ମୁହଁର ଧଳା ଦାଢି ଓ କେଶ ଦେଖି ଫ୍ୟାନ୍ସମାନେ ଆଚମ୍ବିତ ହୋଇଥିଲେ।

ଧୋନି ଏହି ନୂଆ ଲୁକ୍ସ ଉପରେ ପ୍ରଶଂସକ କମେଣ୍ଟ କରି ଲେଖିଛନ୍ତି, ବୁଢା ସେର୍ ଅଭି ବି ବହତ ଯାଦା ଖତରନାକ ଲଗ୍ ରହା ହୈ( ବୁଢା ବାଘ ଏବେ ବି ବହୁତ ଅଧିକ ଭୟଙ୍କର ଲାଗୁଛି)। ଆଉ ଜଣେ ପ୍ରଶଂସକ ଧୋନିଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି, ଏଥିରେ କୌଣସି ଫରକ୍ ନାହିଁ, ବାଘ କେତେ ବୁଢା ରହିଛି, କିନ୍ତୁ ସେ ଶିକାର କରିବାକୁ ଭୁଲେନି। ଧୋନି ସାରଙ୍କ ଭଳି।’

ସୋସିଆଲ ମିଡିଆରେ ଲୋକେ ଧୋନିଙ୍କ ତୁଳନା ୪୦ ବର୍ଷର ପାକିସ୍ତାନୀ କ୍ରିକେଟର ସାହିଦ୍ ଆଫ୍ରିଦିଙ୍କ ସହିତ କରିବାକୁ ଲାଗିଛନ୍ତି। କେବଳ ସେତିକି ନୁହେଁ ୬୫ ବର୍ଷୀୟ ଇମ୍ରାନ ଖାନ ଓ ୩୮ ବର୍ଷୀୟ ଧୋନିଙ୍କର ଫଟୋ ମଧ୍ୟରେ ପ୍ରାର୍ଥକ୍ୟ ଦେଖାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି।