Odia News Portal

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଧୋନି

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମହେନ୍ଦ୍ର ସିଂହ ଧୋନି । ଆଜି ନିଜ ଇନ୍ଷ୍ଟଗ୍ରାମ ପୋଷ୍ଟରେ ଏବାବଦରେ ଘୋଷଣା କରିଛନ୍ତି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ । ପୂର୍ବରୁ ଟେଷ୍ଟ କ୍ରିକେଟରୁ ନିଜ ଅବସର ଘୋଷଣା କରିଥିଲେ ଧୋନି । କିନ୍ତୁ ଚଳିତ ବର୍ଷର ଆଇପିଏଲ ମ୍ୟାଚ ଖେଳିବେ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି କ୍ୟାପଟେନ କୁଲ ଧୋନିଙ୍କ ଅଧୀନରେ ଭାରତ ଦୁଇ ଦୁଇ ଥର ବିଶ୍ବ କପ ଜିତିବାର ରେକର୍ଡ କରିଛନ୍ତି । ୨୦୦୭ ମସିହାରେ ଟ୍ୱେଣ୍ଟି – ଟ୍ୱେଣ୍ଟି ବିଶ୍ୱକପ ଜିତିଥିବା ବେଳେ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିଲା ଭାରତୀୟ ଦଳ ।

ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜ ଅବସର ଘୋଷଣା କରିବା ସହ ଏହାର ବ୍ୟାକ ଗ୍ରାଉଣ୍ଡ ମ୍ୟୁଜିକରେ ସେ “ପଲ ଦୋ ପଲ କା ଶାୟାର” ଗୀତ ବଜାଇ ଥିଲେ । ଏହା ସହ ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜ ପ୍ରଶଂସଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତିକି, ଆପଣ ମାନଙ୍କ ଅସରନ୍ତି ଭଲ ପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ ଓ  ୭ ଟା ୨୯ ମିନିଟ ସମୟରେ ମୋତେ ଅବସର ନେବାର ସୁଯୋଗ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ।