ନୂଆଦିଲ୍ଲୀ : ଧୋନୀଙ୍କ ପରେ ଏବେ ସୁରେଶ ରାଇନା ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଦେଇଛନ୍ତି । ଭାରତୀୟ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ସୋସିଆଲ୍ ମିଡ଼ିଆ ଜରିଆରେ ନିଜର ଅବସର ଘୋଷଣାର ସୂଚନା ଦେଇଛନ୍ତି ।
ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ପରେ ରାଇନା ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ କହିଥିଲେ କି ସେ ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି ।
ନିଜର ଅବସର ଘୋଷଣା ସହ ସୁରେଶ ରାଇନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହ ସୁରେଶ ରାଇନା ଲେଖିଛନ୍ତି , ମାହି ଆପଣଙ୍କ ସହ ଖେଳିବା ଭଲ ଥିଲା , ପୁରା ହୃଦୟରେ ଗର୍ବର ସହ , ମୁଁ ଆପଣଙ୍କର ଏହି ଯାତ୍ରାରେ ସାମିଲ୍ ହେବାକୁ ଚାହୁଁଛି । ଥାଙ୍କ୍ୟୁ ଇଣ୍ଡିଆ । ଜୟ ହିନ୍ଦ୍ ।
ସୂଚନା ଯେ, ସୁରେଶ ରାଇନା ଭାରତୀୟ କ୍ରିକେଟ୍ ଟିମ୍ରେ ମଧ୍ୟ ଭାଗରେ ବ୍ୟାଟିଂ କ୍ରମରେ ଭୂମିକା ନିଭାଇ ଆସୁଥିଲେ । ହେଲେ ଏବେ ଆଉ ସେ ଟିମ୍ ଇଣ୍ଡିଆ ସହ ଖେଳିବାର ନଜର ଆସିବେ ନାହିଁ ।
ସୁରେଶ ରାଇନା ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ରହିଛନ୍ତି ।
ମହେନ୍ଦ୍ର ସିଂହ ଧୋନୀ ଓ ସୁରେଶ ରାଇନାଙ୍କର ଅବସର ପରେ ଚେନ୍ନାଇ ସୁପର କିଙ୍ଗସ୍ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ କ୍ରିକେଟ୍ ଟିମ୍ର ଦୁଇ ପୂର୍ବତନ କ୍ରିକେଟର ଆଲିଙ୍ଗନ କରିବାର ନଜର ଆସୁଛନ୍ତି ।