ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଚେତନ ଚୌହାନଙ୍କ ଦେହାନ୍ତ । ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଜୁଲାଇ ମାସରେ ଚେତନ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କରୋନାରେ ସୁସ୍ଥ ହେବା ପରେ ତାଙ୍କର ବ୍ଲଡ ପ୍ରେସର ବଢିବା ସହିତ କିଡନୀ ସଂକ୍ରମଣ ହୋଇଥିଲା ।
ଯାହା ଫଳରେ ଚେତନ ଗୁରୁତର ହୋଇ ପଡିଥିଲେ। ଶୁକ୍ରବାର ରାତିରେ ତାଙ୍କୁ ଗୁରୁଗାଁର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିଡନୀ ସଂକ୍ରମଣରେ ପୀଡିତ ଚେତନଙ୍କର ଆଜି ସକାଳେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କର ସବୁ ଅଙ୍ଗ ଅକାମି ହୋଇଯବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା । କିଛି ସମୟ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି ।