ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ପାକିସ୍ତାନ ଜନ୍ମିତ ପ୍ରଶଂସକ ଚାଚା ଚିକାଗୋ (ମହମ୍ମଦ ବସିର) ସବୁଠୁ ଭିନ୍ନ । ସେ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ । ତାଙ୍କ ଅବସରକୁ ନେଇ ସେ ମର୍ମାହତ ହୋଇ ପଡ଼ିଥିବାବେଳେ ଆଉ କ୍ରିକେଟ୍ ଦେଖିବାକୁ ଯିବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି ।
ବସିର କହିଛନ୍ତି, ଧୋନି ଅବସର ନେଇଛନ୍ତି ଏବଂ ମୁଁ ମଧ୍ୟ । ମୁଁ ଆଉ କ୍ରିକେଟ୍ ଦେଖିବାକୁ ଯିବି ବୋଲି ଭାବୁନି । ଧୋନିଙ୍କୁ ମୁଁ ବହୁତ ଭଲପାଏ, ସେ ମୋତେ ଭଲ ପାଆନ୍ତି । ସବୁ ମହାନ ଖେଳାଳିଙ୍କୁ ଦିନେ ନା ଦିନେ ଅବସର ନେବାକୁ ପଡ଼େ । କିନ୍ତୁ ଧୋନିଙ୍କ ଅବସର ମୋତେ ମର୍ମାହତ କରିଛି ।
ସେ ବିଦାୟୀ ମ୍ୟାଚ୍ ଖେଳିବାର ହକଦାର ଥିଲେ । କିନ୍ତୁ ଏହାଠୁ ବି ସେ ଅଧିକ ଅଟନ୍ତି । କରୋନା ସ୍ଥିତି ସୁଧୁରିଲେ ମୁଁ ରାଞ୍ଚିରେ ଧୋନିଙ୍କୁ ଭେଟିବି । ଏବେ ମୁଁ ତାଙ୍କୁ ଆଇପିଏଲ୍ ଖେଳୁଥିବାରୁ ଦେଖିବାକୁ ପାଇବି ।’ ୨୦୧୧ ବିଶ୍ୱକପ୍ ସେମି
ଫାଇନାଲ୍ (ଭାରତ-ପାକିସ୍ତାନ) ପରେ ଧୋନିବସିରଙ୍କ ବନ୍ଧୁତା ଲୋକଲୋଚନକୁ ଆସିଥିଲା । ସେ ବସିରଙ୍କୁ ମ୍ୟାଚ୍ ଟିକେଟ୍ ପ୍ରଦାନ କରିଥିଲେ ।