ସାନିଆ ମିର୍ଜା ଓ ତାଙ୍କ ସ୍ୱାମୀ ସୋଏବ ମଲ୍ଲିକ ଏବେ ଏବେ ବିବାହ କରିଥିବା ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କୁ ନିଜ ଘରେ ଏକ ଡିନର ପାର୍ଟି ଦେଇଛନ୍ତି। ହସନ, ଭାରତୀୟ ଏୟରୋନାଟିକାଲ ଇଞ୍ଜିନିୟର ସାମିଆ ଆରଜୁଙ୍କୁ ଗତ ୨୦ ଅଗଷ୍ଟରେ ଦୁବାଇରେ ବିବାହ କରିଥିଲେ। ଏହାପରେ ସାନିଆ ଓ ସୋଏବ ଏହି ନବଦମ୍ପତିଙ୍କୁ ନିଜ ଦୁବାଇସ୍ଥିତ ବାସଭବନକୁ ଡିନର ପାଇଁ ଡାକିଥିଲେ। ସମସ୍ତେ ଏହି ଡିନର ପାର୍ଟିର ଫଟୋଗୁଡ଼ିକୁ ନିଜ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିଲେ। ଡିନର ପାର୍ଟିର ଯେଉଁ ଫଟୋ ଏବେ ସାମ୍ନାକୁ ଆସିଛି, ସେଥିରେ ଦୁଇ ଦମ୍ପତି ଅଲଗା ଅଲଗା ପୋଜ୍ ଦେବା ବେଳେ ବହୁତ ଖୁସି ଥିବା ନଜର ଆସୁଛନ୍ତି। ହସନ କଳା ରଙ୍ଗର ଟି-ଶାର୍ଟ ଏବଂ କଳା ଜିନ୍ସ ପିନ୍ଧି ସେଠାରେ ପହଞ୍ଚିଥିବା ବେଳେ ତାଙ୍କ ସ୍ତ୍ରୀ ନାଲି ରଙ୍ଗର ସାଲଓ୍ଵାର୍ ସୁଟ୍ ପିନ୍ଧି ଆସିଥିଲେ। ଏହାସହିତ ସେ ସବୁଜ ରଙ୍ଗର ଦୁପଟ୍ଟା ପକାଇଥିଲେ। ସୋଏବ ମଲ୍ଲିକ ଏହି ଗ୍ରୁପ୍ ଫଟୋକୁ କ୍ୟାପସନରେ #goodtimes ଲେଖି ସେୟାର କରିଛନ୍ତି। ସେପଟେ ହସନ ଫଟୋ ସେୟାର ସମୟରେ କହିଥିଲେ ଯେ ‘ବିବାହ ପରେ ଏହା ସେମାନଙ୍କ ପ୍ରଥମ ପାର୍ଟି ଥିଲା। କ୍ୟାପସନରେ ସେ ଲେଖିଛନ୍ତି, ‘ଏତେ ସ୍ୱାଦିଷ୍ଟ ଡିନର ପାଇଁ ସୋଏବ ଭାଇ ଓ ସାନିଆ ଭାଉଜ, ଆପଣଙ୍କୁ ଧନ୍ୟବାଦ। ଜଲଦି ପୁଣିଥରେ ଭେଟିବା #firstweddingdawat’। ସେହିପରି ହସନଙ୍କ ସ୍ତ୍ରୀ ସାମିଆ ମଧ୍ୟ ଫଟୋ ସେୟାର କରି ସୋଏବ ଓ ସାନିଆଙ୍କ ତାରିଫ୍ କରିଥିଲେ। ସେ ଲେଖିଥିଲେ, ‘ଏତେ ସୁନ୍ଦର ଡିନର ପାଇଁ ଧନ୍ୟବାଦ। ଆପଣ ଦୁଇଜଣଙ୍କ ସହ ମିଶିବା ମଜାଦାର ଥିଲା। ଜଲଦି ପୁଣି ମିଶିବା, ଇଂଶାଅଲ୍ଲାହ।