Odia News Portal

ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍ ୨୦୧୯ ଉଦ୍ ଯାପିତ

ଭୁବନେଶ୍ୱର : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଭାଗୀତାରେ ଓଡିଶା ରାଜ୍ୟ ବ୍ୟାଡ୍ ମିଣ୍ଟନ  ଆସୋସିଏସନ୍ ତରଫରୁ ଚଳିତ ମାସ ୨୮ ତାରିଖ ଠାରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମ୍ରେ ‘ରାଜ୍ୟ ବ୍ୟାଡ୍ ମିଣ୍ଟନ ଚାମ୍ପିୟନ୍ସିପ୍ ୨୦୧୯’ ଆୟୋଜିତ ହୋଇଯାଇଛି । ଓଡିଶାର ଯୁବ କ୍ରୀଡାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଇରଖୋଲ ବିଧାନସଭା ନିର୍ବାଚନୀ ମଣ୍ଡଳର ମାନ୍ୟବର ବିଧାୟକ ତଥା ଓଡିଶା ରାଜ୍ୟ ବ୍ୟାଡ୍ ମିଣ୍ଟନ ଆସୋସିଏସନ୍ର ସଭାପତି ଶ୍ରୀଯୁକ୍ତ ରୋହିତ ପୂଜାରୀ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶାଳ କୁମାର ଦେବ, ଭାରତୀୟ ପ୍ରଶାସନିକ ଅଧିକାରୀ, କମିଶନର୍ ତଥା ସଚିବ, କ୍ରୀଡା, କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଭିନିଲ୍ କ୍ରୀଷ୍ଣା, ଭାରତୀୟ ପ୍ରଶାସନିକ ଅଧିକାରୀ, କ୍ରୀଡା ନିର୍ଦ୍ଦେଶକ, କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଏବଂ ଶ୍ରୀଯୁକ୍ତ ରାଜେଶ ପ୍ରଭାକର ପାଟିଲ୍, ଭାରତୀୟ ପ୍ରଶାସନିକ ଅଧିକାରୀ, ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ), ପଂଚାୟତରାଜ ଓ ଜଳ ସମ୍ପଦ ବିଭାଗ, ଓଡିଶା ସରକାର ପ୍ରମୁଖ ଚଳିତ ମାସ ୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଶହୀଦ ନଗର ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଶ୍ରୀଯୁକ୍ତ ପୂଜାରୀ କହିଥିଲେ ଯେ ଏହିପରି ଏକ ପ୍ରତିଯୋଗିତା ନିଶ୍ଚିତ ଭାବରେ ଓଡିଶାର ଯୁବ ପୀଢିମାନଙ୍କୁ କ୍ରୀଡା କ୍ଷେତ୍ର ପ୍ରତି ଅଧିକ ଆକୃଷ୍ଟ କରିବ । ସେ ପୁନଃଶ୍ଚ କହିଥିଲେ ଯେ ଏତାଦୃଶ ପ୍ରତିଯୋଗିତା ମାଧ୍ୟମରେ ଯୁବ ପୀଢିମାନଙ୍କୁ କ୍ରୀଡା କ୍ଷେତ୍ରରେ ଦକ୍ଷ କରିବା ସହିତ ରାଷ୍ଟ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ କ୍ରୀଡା ନିମନ୍ତେ ପ୍ରସ୍ତୁତ କରାଯାଉଛି । ପରିଶେଷରେ ଏହିପରି କାର୍ଯ୍ୟକ୍ରମର ଆୟୋଜନରେ ସହାୟତା କରିଥିବାରୁ ସେ ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସମବେତ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ଖେଳାଳୀ ଶ୍ରୀଯୁକ୍ତ କମଳ ଦାସ କହିଥିଲେ ଯେ ଚଳିତ ଥର ଏହି ପ୍ରତିଯୋଗିତା ନିମନ୍ତେ ଅତି ଉଚ୍ଚକୋଟୀର ଆୟୋଜନ କରାଯାଇଛି ଏବଂ ଚଳିତ ଥର ନିମନ୍ତେ ଏହି ପ୍ରତିଯୋଗିତାରେ ରେକର୍ଡ୍ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

ଚଳିତ ବର୍ଷ ଏହି ପ୍ରତିଯୋଗିତାଟି ବିଏଆଇ ନିୟମ ଆଧାରିତ ଯଥାକ୍ରମେ ୧୩, ୧୫, ୧୭, ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ଏବଂ ବରିଷ୍ଠ ଓ ପ୍ରବୀଣ ବର୍ଗରେ ଆୟୋଜିତ ହୋଇଥିଲା । ଏହି ଚାମ୍ପିୟନ୍ସିପ୍ ସିଙ୍ଗଲସ୍, ଡବଲସ୍ ଏବଂ ମିକ୍ସଡ୍ ଡବଲସ୍ଶ୍ରେ ଣୀରେ ଆୟୋଜନ କରାଯାଇଥିଲା । କ୍ୱାଲିଫାୟିଙ୍ଗ୍ ଏବଂ ଫାଇନାଲ୍ ପର୍ଯ୍ୟାୟ ଭିତିକ ଦୁଇ ଗୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୧୩ ବର୍ଷରୁ କମ୍ ବାଳକ ସିଙ୍ଗଲସ୍ରେ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ ଭୁବନେଶ୍ୱରର ଶ୍ରେୟାଂସ୍ପ ରିଡାଙ୍କୁ ହରାଇ ବିଜେତା ହୋଇଥିଲେ, ୧୩ ବର୍ଷରୁ କମ୍ ବାଳିକା ସିଙ୍ଗଲସ୍ରେ ସୁନ୍ଦରଗଡର ବିଶାଖା ଟୋପୋ ଭୁବନେଶ୍ୱରର ସିରିନ୍ ସିଦ୍ଦିକିଙ୍କୁ ହରାଇ ବିଜେତା ହୋଇଥିଲେ, ୧୩ ବର୍ଷରୁ କମ୍ ବାଳକ ଡବଲସ୍ ବର୍ଗରେ ଭୁବନେଶ୍ୱରର ଆଦିତ୍ୟ ରାଜେଶ ପାଟିଲ୍ ଓ ବାଲେଶ୍ୱରର ମୟଙ୍କ ଭରଦ୍ୱାଜ କଟକର ଅମ୍ରିତ୍ ତ୍ରିପାଠୀ ଓ ଭୁବନେଶ୍ୱରର ଚିରାଗ ସେନାପତିଙ୍କୁ ହରାଇ ବିଜେତା ହୋଇଥିଲେ, ୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲସ୍ରେ ଭୁବନେଶ୍ୱରର ହର୍ଷିତା ରାଉତ ସମ୍ବଲପୁରର ଶ୍ରେୟା ବିଶ୍ୱାଳଙ୍କୁ ହରାଇ ବିଜେତା ହୋଇଥିଲେ, ୧୭ ବର୍ଷରୁ କମ୍ ବାଳକ ସିଙ୍ଗଲସ୍ରେ ଭୁବନେଶ୍ୱରର ପାର୍ଥ ସାରଥୀ ମିଶ୍ର ବାଲେଶ୍ୱରର ଆର୍ଯ୍ୟ ମାଝୀଙ୍କୁ ହରାଇ ବିଜେତା ହୋଇଥିଲେ, ୧୭ ବର୍ଷରୁ କମ୍ ବାଳକ ଡବଲସ୍ ବର୍ଗରେ ଅନୁଗୁଳର ଆୟୁଷ ଦାଶ ଓ ଭୁବନେଶ୍ୱରର ପାର୍ଥ ସାରଥୀ ମିଶ୍ର ଭୁବନେଶ୍ୱରର ଅଭିଜିତ୍ମ ହାରଣା ଓ ଅମ୍ରିତ୍ ମହାନ୍ତିଙ୍କୁ ହରାଇ ବିଜେତା ହୋଇଥିଲେ, ୧୯ ବର୍ଷରୁ କମ୍ ବାଳକ ସିଙ୍ଗଲସ୍ରେ ସୁନ୍ଦରଗଡର ଅଙ୍କିତ୍ ସାହୁ ଭୁବନେଶ୍ୱରର ଅମ୍ରିତ୍ ମହାନ୍ତିଙ୍କୁ ହରାଇ ବିଜେତା ହୋଇଥିଲେ, ୧୯ ବର୍ଷରୁ କମ୍ ବାଳିକା ସିଙ୍ଗଲସ୍ରେ କଟକର ଶ୍ରୁତି ସ୍ୱାଇଁ ସୁନ୍ଦରଗଡର କ୍ରିଷ୍ନିକା ବିରୋକଙ୍କୁ ହରାଇ ବିଜେତା ହୋଇଥିଲେ ଏବଂ ୧୯ ବର୍ଷରୁ କମ୍ ବାଳକ ଡବଲସ୍ ବର୍ଗରେ ଅନୁଗୁଳର ଅଭିନାଶ ମହାନ୍ତି ଓ ସମ୍ବଲପୁରର ନନ୍ଦିଶ୍ ପୋଦାର୍ ଅନୁଗୁଳର ଅମ୍ଳାନ କେଶରୀ ଗଡନାୟକ ଓ ପୁରୀର ଗୌରବ କୁମାର ବେଉରାଙ୍କୁ ହରାଇ ବିଜେତା ହୋଇଥିଲେ ।

ପୁରୁଷ ସିଙ୍ଗଲସ୍ରେ ବଲାଙ୍ଗୀରର ଅରବିନ୍ଦ ସାହୁ ଭୁବନେଶ୍ୱରର ସ୍ୱାଧୀନ ଗୌଡାଙ୍କୁ ହରାଇ ବିଜେତା ହୋଇଥିଲେ, ପୁରୁଷ ଡବଲସ୍ ବର୍ଗରେ ଢେଙ୍କାନାଳର ଜ୍ଞାନ ଚାନ୍ଦ ଓ କଟକର ମାନସ ରଞ୍ଜନ ରାଉତରାୟ ଭୁବନେଶ୍ୱରର ରଞ୍ଜିତ କୁମାର ବନ୍ତ ଓ ସୁଶାନ୍ତ କୁମାର ରାଉତଙ୍କୁ ହରାଇ ବିଜେତା ହୋଇଥିଲେ, ମହିଳା ଡବଲସ୍ ବର୍ଗରେ ଅନୁଗୁଳର ଅନୁଜା ଦାସମହାପାତ୍ର ଓ କଟକର ଶ୍ୱେତପର୍ଣ୍ଣା ପଣ୍ଡା ବିଜେତା ହୋଇଥିଲେ, ୫୦ ବର୍ଷ ପୁରୁଷ ସିଙ୍ଗଲସ୍ରେ ଢେଙ୍କାନାଳର ଧର୍ମେନ୍ଦ୍ର ମହାପାତ୍ର ବିଜେତା ହୋଇଥିଲେ, ୫୫ ବର୍ଷ ପୁରୁଷ ସିଙ୍ଗଲସ୍ରେ କୋରାପୁଟର ଗୁଣନିଧି ସେଠୀ ବିଜେତା ହୋଇଥିଲେ, ୪୦ ବର୍ଷ ପୁରୁଷ ଡବଲସ୍ ବର୍ଗରେ କଟକର ଗିରିଜା ଶଙ୍କର ରାୟ ଓ କମଳ ଦାସ ବିଜେତା ହୋଇଥିଲେ, ୪୫ ବର୍ଷ ପୁରୁଷ ସିଙ୍ଗଲସ୍ରେ ସୁନ୍ଦରଗଡର ଏମ୍ଡି ହାସିମ୍ ବିଜେତା ହୋଇଥିଲେ, ୩୫ ବର୍ଷ ପୁରୁଷ ସିଙ୍ଗଲସ୍ରେ ବାଲେଶ୍ୱରର ଜୟ ପ୍ରକାଶ ସିଂହ ବିଜେତା ହୋଇଥିଲେ ଏବଂ ୪୦ ବର୍ଷ ପୁରୁଷ ସିଙ୍ଗଲସ୍ରେ ଝାରସୁଗୁଡାର ବାହାଦୂର ଗୁରୁଙ୍ଗ ବିଜେତା ହୋଇଥିଲେ । ପରିଶେଷରେ ବିଜେତା ଓ ଉପ ବିଜେତାମାନଙ୍କୁ ମାନପତ୍ର, ଟ୍ରଫି ଏବଂ ପୁରସ୍କାର ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଥିଲା ।