ମୁମ୍ବାଇ : ଭାରତୀୟ କ୍ରିକେଟ ତାରକା ମନୀଷ ପାଣ୍ଡେ ୧୯୮୯ ମସିହା ସେପଟେମ୍ବର ମାସ ୧୦ ତାରିଖରେ ଜନ୍ମ ହୋଇଥିଲେ। ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।
ପିଲା ବେଳୁ କ୍ରିକେଟ ଖେଳିବାରେ ତାଙ୍କର ବହୁତ ଆଗ୍ରହ ଥିଲା। ନିଜ ପୂର୍ବ ଆଇପିଏଲ ଟିମ୍ ରୟାଲ ଚ୍ୟାଲେଂଞ୍ଜର୍ସ ବାଙ୍ଗଲୋର ସହ ୨୦୦୯ ମସିହାରେ ଖେଳି ଶତକ କରିଥିବା ପ୍ରଥମ ଖେଳାଳୀ ହେଉଛନ୍ତି ମନୀଷ।
ମନୀଷ ଭାରତୀୟ T20 ଟିମ୍ର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ତେବେ ମନୀଷ ପାଣ୍ଡେ କ୍ରିକେଟରେ ନିଜ ନାଁ ଉଜ୍ଜ୍ବଳ କରିବା ସହ ନିଜ ଜୀବନର ଏକ ସୁନ୍ଦର ଆରମ୍ଭ କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ ଯେ, ମନୀଷ ପାଣ୍ଡେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ମନୀଷ ଜଣେ ଟଲିଉଡ ଅଭିନେତ୍ରୀଙ୍କୁ ବିବାହ କରିବେ।
ସେ ହେଉଛନ୍ତି ଅଶ୍ରିତା ଶେଟ୍ଟୀ। ଉଭୟ ପରସ୍ପର ସହ ବହୁତ ଆଗରୁ ରିଲେଶନସିପ୍ରେ ଅଛନ୍ତି। ଏବେ ଏହି ରିଲେସନଶିପ୍ରୁ ପର୍ଦ୍ଦା ଉଠିଯାଇଛି ଓ ଚଳିତ ବର୍ଷ ଡିସେମ୍ବର ମାସ ୨ ତାରିଖରେ ଦୁହେଁ ବିବାହ କରିବେ।
