ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟେ୍ଵଣ୍ଟି । ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ହେବ ପ୍ରଥମ ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ନିୟମିତ ଅଧିନାୟକ ବିରାଟ କୋହଲୀଙ୍କୁ ଟ୍ଵି-ଟେ୍ଵଣ୍ଟି ସିରିଜ୍ରୁ ବିଶ୍ରାମ ଦିଆଯାଇଛି ।
ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଟି-ଟେ୍ଵଣ୍ଟି ସିରିଜ୍ରେ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଏବେ ଭଲ ଫର୍ମରେ ଅଛନ୍ତି । ଗତ ଟେଷ୍ଟ ସିରିଜ୍ରେ ପ୍ରଥମ ଥର ଓପନ୍ କରିବାକୁ ସୁଯୋଗ ମିଳିଥିବା ବେଳେ ଦୁଇଟି ଶତକ କରିଥିଲେ ରୋହିତ ।