Odia News Portal

ଇଡେନ୍‌ ଗାର୍ଡେନ୍ସରେ ଭାରତର ଦବଦବା, ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ଭାରତ

ଇଡେନ୍‌ ଗାର୍ଡେନ୍ସରେ ଐତିହାସିକ ଡେ-ନାଇଟ୍‌ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି । ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ରହିଛି ଭାରତ । ଭାରତୀୟ ପେସ୍‌ ବୋଲରଙ୍କ ଆଟାକ୍‌ରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬ ୱିକେଟ୍‌ ହରାଇ ୧୫୨ ରନ୍‌ କରିଛି ବାଂଲା ଟିମ୍‌ । ଭାରତ ଏବେବି ୮୯ ରନ୍‌ରେ ଆଗରେ ରହିଛି ।

ପ୍ରଥମ ପାଳିରେ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିବା ଟିମ୍‌ ଇଣ୍ଡିଆ ୩୪୭ ରନ୍‌ରେ ତାର ପ୍ରଥମ ପାଳି ଘୋଷଣା କରିଥିଲା । ଅଧିନାୟକ କୋହଲି ସର୍ବାଧିକ ୧୩୬ ରନ୍‌ କରିଥିଲେ ।