Odia News Portal

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ମାଉଣ୍ଟ ମାଉଙ୍ଗାନୁଇରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ସେପଟେ ଭାରତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ନିଲମ୍ବନ ଆଦେଶ ଉଠିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଆହତ କାରଣରୁ ପ୍ଲେଇଂ ଇଲ୍ଲେଭନ୍‌ରୁ ବାଦ୍‌ ପଡ଼ିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ସାମିଲ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଥିବାରୁ ବିଜୟ ଶଙ୍କର ବାଦ୍‌ ପଡ଼ିଛନ୍ତି । ପ୍ରଥମ ଦୁଇଟି ଦିନିକିଆ ଜିତିଥିବାରୁ ଭାରିତୀୟ ଦଳର ମନୋବଳ ଦୃଢ ରହିଛି । ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ରେକର୍ଡ କହୁଛି, ମାଉଣ୍ଟ ମାଉଙ୍ଗନୁଇ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ବଡ଼ ସ୍କୋର ବି ହୁଏ । ୨୦୧୪ ପରଠୁ ଏଠାରେ ମୋଟ୍‌ ୮ଟି ମ୍ୟାଚ୍‌ ଖେଳାଯାଇଛି । ଭାରତ ଏଠାରେ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳିବ । ସେହିପରି ନ୍ୟୁଜିଲାଣ୍ଡ ଖେଳାଥିବା ୭ଟି ମ୍ୟାଚରୁ ୩ଟିରେ ଜିତିଛି । ଏଠାରେ ସର୍ବାଧିକ ୩୭୧ ରନ୍‌ ସ୍କୋର ବି ହୋଇଛି । ସେପଟେ କ୍ୟୁଓ୍ଵି ଦଳ ପାଇଁ ଏହି ମ୍ୟାଚ କାର ବା ମର ପରିସ୍ଥିତି । ମ୍ୟାଚ ହାରିଲେ ଦଳ ସିରିଜ ହାରିବ । ପ୍ରଥମ ଦୁଇ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଆଗରେ ଆଣ୍ଠେଇ ପଡ଼ିଥିଲା ଘରୋଇ ଦଳ । ତେଣୁ ତୃତୀୟ ଦିନିକିଆରେ ବି ଘରୋଇ ଦଳ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ବି ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିବ ।