Odia News Portal

ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି : ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଭାରତୀୟ ଦଳ ଆଜି ଖେଳିବ ଦ୍ୱିତୀୟ ଟି-ଟ୍ୱେଣ୍ଟି। ଥିରୁଅନ୍ତପୁରମ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବରାବର କରିବା ଲକ୍ଷ୍ୟ ରଖିଛି ।

ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ କ୍ୟାପଟେନ କୋହଲିଙ୍କ ଅପରାଜିତ ୯୪ ରନର ବିସ୍ଫୋରକ ପାଳି ଦମରେ ୨୦୮ ରନର ବିଶାଳ ଲକ୍ଷ୍ୟକୁ ସହଜରେ ପିଛା କରିପାରିଥିଲା । ଟି-ଟ୍ୱେଣ୍ଟିରେ ଲକ୍ଷ୍ୟ ପିଛା କରିବାରେ ଏହା ହେଉଛି ଭାରତର ସବୁଠୁ ବଡ ବିଜୟ ।