ମୁମ୍ବାଇ : ଓ୍ୱେଷ୍ଟଇଣ୍ଡିଜ୍ ବିରୋଧରେ ଖେଳାଯାଉଥିବା ତୃତୀୟ ଟି୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟସମ୍ୟାନ ତଥା ହିଟମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଏକ ବଡ ରେକର୍ଡ ହାସଲ କରିଛନ୍ତି। ରୋହିତ ଏହି ମ୍ୟାଚରେ ଗୋଟିଏ ଛକା ମାରି ଟେଷ୍ଟ, ଦିନିକିଆ ଓ ଟି୨୦ରେ ନିଜର ୪୦୦ ଛକା ପୂରଣ କରିଛନ୍ତି। ଏହାସହ ଏହି ରେକର୍ଡ ପାଇଁ ସେ ଭାରତର ପ୍ରଥମ ଓ ବିଶ୍ୱର ତୃତୀୟ ବ୍ୟାଟସମ୍ୟାନ ହୋଇପାରିଛନ୍ତି।
ପୂର୍ବରୁ କେବଳ ପାକିସ୍ତାନୀ ବ୍ୟାଟସମ୍ୟାନ ସାହିଦ ଆଫ୍ରିଦି ଓ ଓ୍ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ କ୍ରିସ ଗେଲ ୪୦୦ରୁ ଅଧିକ ଛକା ଲଗାଇଥିଲେ। ଗେଲ୍ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ମୋଟ୍ ୫୩୪ଟି ଛକା ମାରିଛନ୍ତି। ସେହିପରି ଆଫ୍ରିଦି ୪୭୬ଟି ଛକା ଲଗାଇଛନ୍ତି। ରୋହିତ ଦିନିକିଆରେ ୨୩୨ଟି ଛକା ଲଗାଇଥିବା ବେଳେ ଟେଷ୍ଟରେ ୫୨ଟି ଓ ଟି୨୦ରେ ୧୧୬ଟି ଛକା ଲଗାଇଛନ୍ତି।