Odia News Portal

ଜାତୀୟ ସ୍କୁଲଗେମ୍ ଟେନିସ ବଲ୍ କ୍ରିକେଟ ଚାମ୍ଫିୟନସିପ୍ : ବାଳକ ଓ ବାଳିକା ଓଡ଼ିଶା ଦଳର ମଧ୍ୟପ୍ରଦେଶ ଗସ୍ତ

ଭୁବନେଶ୍ବର : ମଧ୍ୟପ୍ରଦେଶର ରମନ୍ ଠାରେ ଚଳିତମାସ ୨୪ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୬୫ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ କ୍ରିକେଟ ଚାମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ବାଳକ ବାଳିକା ଦଳ ଆଜି ମଧ୍ୟ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଚମ୍ପିୟନସିପ୍ ରେ ଦେଶର ୨୦ଟି ରାଜ୍ୟର ଦଳ ଅଂଶ ଗ୍ରହଣ କରୁଛନ୍ତି । ରାଜ୍ୟ ଟେନିସ୍ ବଲ କ୍ରିକେଟ ସଂଘର ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଦଳ ଏହି ଚାମ୍ପିୟନସିପ୍ ରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବ ।

ସୂଚନା ଯୋଗ୍ୟ ଯେ ଗତବର୍ଷ ବାଳକ ଦଳ ରନର୍ସଅପ ହୋଇ ରୌପ୍ୟ ପଦକ ହାସଲ କରିଥିଲା । ଏଥର ଵାଳକ ଓ ବାଳିକା ଉଭୟ ଦଳ ନିଶ୍ଚିତ ଭାବେ ଭଲ ଖେଳି ପୁଣି ଓଡିଶା ପାଇଁ ସଫଳତା ହାସଲ କରିବେ ବୋଲି ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ଦଳର ମୁଖ୍ୟ କୋଚ ଚକ୍ରଧର ମାଝି ଆଶାବ୍ୟକ୍ତ କରିଛନ୍ତି ।

ଏହି ଦୁଇ ଦଳକୁ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, ସହ ସମ୍ପାଦକ ସୋମନାଥ ପରିଡା, ଯୁଗ୍ମ ସମ୍ପାଦକ ସଂଜୟ ବିଶୋଇ, କୋଷାଧ୍ୟକ୍ଷ ଅଶୋକ ଦାସ, ଏବଂ ପାର୍ଥସାରଥୀ ଜେନା (ସମାଜ ସେବୀ) ପ୍ରମୁଖ ଯାତ୍ରା ପୂର୍ବରୁ ଭୁବନେଶ୍ବର ଷ୍ଟେସନ ଠାରେ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।