Odia News Portal

ମ୍ୟାଚ୍ ପାଇଁ ଆଡଭାଇଜରୀ ଜାରି

କଟକ : ଆଜି ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ପାଇଁ  ଟ୍ୱିନସିଟି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡଭାଇଜରୀ ଜାରି କରିଛନ୍ତି । ଗ୍ୟାଲେରୀ ନମ୍ବର ସହ ଗେଟ୍ ନମ୍ବର ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଲିସ୍ କମିଶନର । ନୂଅ । ଓ ପୁରୁଣା ପାଭିଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ୧ ଦେଇ ଯିବାକୁ ପଡ଼ିବ । ସେହିପରି ଗ୍ୟାଲେରୀ ୫ ପାଇଁ ଗେଟ୍ ୨, ସ୍ପେଶାଲ ଏନକ୍ଲୋଜର ପାଇଁ ଗେଟ୍ ୩, ଗ୍ୟାଲେରୀ ୬ ପାଇଁ ଗେଟ୍ ନମ୍ବର ୪, ସ୍ପେଶାଲ୍ ଏନ୍କେ୍ଲାଜର୍ ବ୍ଲକ୍ ଈ ପାଇଁ ଗେଟ୍ ନମ୍ବର ୫ ଏବଂ ଟିଭି ଉଜଋଡ ଗେଟ୍ ନମ୍ବର ୭ ଦେଇ ପ୍ରବେଶ କରିବେ ।
ଏହାଛଡ଼ା ଗ୍ୟାଲେରୀ ୧ ପାଇଁ ୯ ନମ୍ବର ଗେଟ୍, ଗ୍ୟାଲେରୀ ୨ ପାଇଁ ୧୦ ନମ୍ବର ଗେଟ୍, ଗ୍ୟାଲେରୀ ୩ ପାଇଁ ଗେଟ୍ ନମ୍ବର ୧୨ ଓ ଗ୍ୟାଲେରୀ ୪ ପାଇଁ ୧୩ ନମ୍ବର ଗେଟ୍ରେ ଦର୍ଶକଙ୍କୁ ଯିବା ପାଇଁ ନିର୍ଦ୍ଦେଶ ରହିଛି । ଖାଲି ଏତିକି ନୁହେଁ ବାରବାଟୀରେ ପୁଲିସ୍ ହେଲ୍ପ୍ ଡେସ୍କ ମଧ୍ୟ ରହିବ । ଯେଉଁଠୁ ଦର୍ଶକ ·ହିଁଲେ ସାହାଯ୍ୟ ନେଇପାରିବେ ।