ରାୟଗଡା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କ୍ରାଇମବ୍ରାଂଚର ୨ ଜଣିଆ ଟିମ କାଶୀପୁରରେ ପହଂଚିଛନ୍ତି। ତାଙ୍କୁ ଆକ୍ରମଣ କରିବା ପଛରେ କାହାର ହାତ ରହିଛି କିମ୍ବା ଆକ୍ରମଣ ରାଜନୈତିକ ଅଭିସନ୍ଧିମୂଳକ ତାହା ନେଇ ତଦନ୍ତ ଆରମ୍ଭ କରିଛି ଟିମ୍। ତେବେ ଆଜି ପ୍ରାଥମିକ ତଦନ୍ତ ପରେ ପରବର୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବା ନେଇ କ୍ରାଇମବ୍ରାଂଚ ସ୍ପଷ୍ଟ କରିଛି।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୨୪ ତାରିଖରେ ଏକ ପଥପ୍ରାନ୍ତ ସଭା ଚାଲିଥିବାବେଳେ ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ କିଛି ଯୁବକ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଏହି ଘଟଣାରେ ତିନିଜଣ ଅଭିଯୁକ୍ତର ସଂପୃକ୍ତି ଥିବାବେଳେ ଗତ ରବିବାର ସୁମନ୍ତ ନାଏକ ନାମକ ଏକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚ।ଲାଣ କରିଥିଲା । ତାକୁ ପୋଲିସ ତିନିଦିନିଆ ରିମାଣ୍ଡରେ ନେଇଛି। ସେହିପରି ସୋମବାର ବିଭିନ୍ନ ସ୍ଥାନରେ ପୋଲିସ ଚଢଉ କରିବା ସହ ଅନ୍ୟତମ ଅଭିଯୁକ୍ତ ପି. ଗୋବିନ୍ଦ ରାଓଙ୍କୁ ଅଟକ ରଖି ପଚରାଉଚରା କରିଛି । ତେବେ ଅନ୍ୟ ଜଣଙ୍କର କୌଣସି ପତା ମିଳି ନ ଥିବାବେଳେ କ୍ରାଇମବ୍ରାଂଚ ଆଜି କାଶୀପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଣ ଖୋଜିବା ପରେ ତଦନ୍ତ ରିପୋର୍ଟ ଦିଆଯିବ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			