Odia News Portal

୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିପାତ

ରବିବାର ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ସେନାର ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ। ଏନାକାଉଣ୍ଟର କରି ୫ ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜିବା ନେଇ ସେନା ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନର ୫ ମ ଦିନରେ ସେନାକି ଏଭଳି ବଡ ସଫଳତା ମିଳିଥିବା ଜଣାପଡିଛି।

ଏହି ଅଭିଯାନ ସମୟରେ ରବିବାର ସକାଳେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟ ଜଙ୍ଗଲରେ ଥିବା ରଙ୍ଗଡୋରି ବାକ୍ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହା ପରେ ସେନା ଦ୍ୱାରା ୫ ଆତଙ୍କବାଦୀକୁ ଗୁଳି କରି ମାରି ଦିଆଯାଇଥିବା ଜଣାପଡିଛି।