Odia News Portal

ବେଆଇନ୍ ବାଣ ଗୋଦାମରେ ଚଢ଼ାଉ, ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ

କଟକ : ଦୀପାବଳି ପୂର୍ବରୁ ବେଆଇନ୍ ବାଣ ଗୋଦାମରେ କଟକ ପୋଲିସର ଚଢ଼ାଉ। ରାତି ଅଧିଆ ବିଭିନ୍ନ ସ୍ଥାନରେ ଅତର୍କିତ ରେଡ୍‌। ଜବତ ହୋଇଛି ୫୦ ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ। କଟକ ଡିସିପିଙ୍କ ନିର୍ଦ୍ଦେଶକରେ ଏହି ଚଢ଼ାଉ କରାଯାଇଥିଲା।

କଟକର ତ୍ରିଲୋଚନପୁର, ମହାଜନପୁର ଓ ହାତୀଆନାରେ ଭୋରରୁ ଚଢାଉ କରିଥିଲେ ଜଗତପୁର, ଚୌଦ୍ୱାର, ଚାଉଳିଆଗଞ୍ଜ, ମାଲଗୋଦାମ, ମଧୁପାଟଣା, ମର୍କତନଗର ଥାନା ପୋଲିସ। ଏତିବେଳେ ପେଟି ପେଟି ବେଆଇନ ବାଣ ଓ ବିସ୍ଫୋରକ ସାମଗ୍ରୀ ପୋଲିସ ଜବତ କରିଥିଲା।

ଏହି ଘଟଣାରେ ୧୨ ଜଣଙ୍କୁ ଅଟକ ରଖାଯାଇଛି। ଆଗକୁ ଦୀପାବଳି। ତାପୂର୍ବରୁ ବେଆଇନ୍ ବାଣ ନିର୍ମାଣ କାରଖାନା ଓ ଗୋଦାମ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ପୋଲିସ।