Odia News Portal

କଟକରେ ଏନ୍କାଉଣ୍ଟର

କଟକ() କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟର୍ରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୩ଟା ବେଳେ ବବ୍ଲୁ ନରାଜ ବଜାର ଅଞ୍ଚଳର ଏକ ଘରେ ଥିବା ନେଇ ଚୌଦ୍ୱାର ପୁଲିସ୍ ଖବର ପାଇଥିଲା। ଏହାପରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା। ପୁଲିସ୍କୁ ଦେଖି ବବ୍ଲୁ ସହ ଥିବା ତା’ର ଦୁଇ ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ ପୁଲିସ୍ ବବ୍ଲୁକୁ ଘେରାବନ୍ଦୀ କରିବା ସହ ସରେଣ୍ଡର କରିବାକୁ କହିଥିଲା। କିନ୍ତୁ ବବ୍ଲୁ ସରେଣ୍ଡର ନକରି ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୁଲିସ୍ ତା’ ଉପକୁ ଗୁଳି ଚଳାଇଥିଲା। ଏଥିରେ ବବ୍ଲୁର ଡାହାଣ ଗୋଡ଼ରେ ବୁଳି ବାଜିଥିଲା। ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।ବବ୍ଲୁ ଠାରୁ ଗୋଟିଏ ବନ୍ଧକୁ ଜବତ କରାଯାଇଛି। ତା’ ନାଁରେ ଏକାଧିକ ମାମଲା ରହିଛି।