Odia News Portal

ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ

ଭୁବନେଶ୍ବର()  ସୁପ୍ରିମୋ ଚାହିଁଲେ ଫେରିବେ ବାପା, ବିଜେପିରେ ଖୁସି ନାହାନ୍ତି ବାପା, ଏଭଳି ପ୍ରତିକ୍ରିୟା ରଖିଥିଲେ ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଖାଲି ସେତିକି ନୁହେଁ ଆହୁରି ସମ୍ବିତ୍ କହିଥିଲେ କି ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ଏପରିକି ସେଥିପାଇଁ ଲୋକେ ତାଙ୍କୁ ଗ୍ରହଣ କଲେନି ଯାହାର ପରିଣାମ ବାପା ପରାଜିତ ହେଲେ । ନିର୍ବାଚନରେ ପରାଜୟ ତାଙ୍କ ବ୍ୟକ୍ତିତ୍ୱକୁ କିଛି ପ୍ରଭାବ ପକାଇନି, ସେ ଜଣେ ପପରିପକ୍ୱ ନେତା, ଡିସପୋଜେବୁଲ ଆଇଟମ ନୁହଁନ୍ତି ବୋଲି କହିଛନ୍ତି ସମ୍ବିତ୍ ।

ତେବେ ପୁଅଙ୍କ ପ୍ରତିକି୍ରୟା ପରେ ମୁହଁ ଖୋଲିଛନ୍ତି ନେତା ଦାମୋଦର ରାଉତ । ପୁଅ ଦେଇଥିବା ମନ୍ତବ୍ୟ ନେଇ ଡାକ୍ତର ରାଉତ କହିଛନ୍ତି-“ଏକଥା ମୋ ପୁଅ ନୁହେଁ, ବିଜେଡି ବିଧାୟକ କହିଛନ୍ତି। ମୁଁ ବିଜେପି ଲୋକ, ସେ ବିଜେଡିର। ସେ କେମିତି ଜାଣିଲା ମୁଁ ଦୁଃଖୀ ଅଛି ବୋଲି। ମୁଁ ବିଜେପିକୁ ଗଲା ପରେ ସେ ବିଜେଡି ବିଧାୟକ ହୋଇଛି। ପିଲାମାନଙ୍କ ବୟସ ହୋଇଗଲେ, ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ ତିଆରି କରିବେ। ତେଣୁ ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। ଆଉ ନିର୍ବାଚନରେ ସେ ଜିତିଛନ୍ତି, ମୁଁ ହାରିଛି। ନିର୍ବାଚନରେ ହାରଜିତ ରହିଛି। ଏହା ଏକ ପ୍ରକ୍ରିୟା। ତେଣୁ ମୁଁ ମୋ ଦଳରେ ରହିଛି। ନିର୍ବାଚନରେ ହାରିବା ପରେ ଦୁଃଖୀ ବୋଲି ମୁଁ କାହାକୁ କିଛି କହିନି।

ବିଜେଡିକୁ ଫେରିବେ କି ପ୍ରଶ୍ନରେ ଦାମ କହିଛନ୍ତି-“ମୋତେ କିଛି ନପଚାରି ରାତିଅଧିଆ କାଢ଼ି ଦେଲେ। ଏବେ ଡାକିବେ କାହିଁକି? ଏଗୁଡ଼ାକୁ ସବୁ ଅବାନ୍ତର କଥା। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏପରି କରାଯାଉଛି।”