ଭୁବନେଶ୍ବର ୧୩।୩: ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ରହିଥିବା ସିଜ୍ ହୋଇଥିବା ଏକ କାର୍ ମଧ୍ୟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟିକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏଭଳି ଘଟଣା ଜାଆଁଳା ଫାଣ୍ଡି ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ କେଉଁ ପରିସ୍ଥିତିରେ କାର୍ ଭିତରକୁ ମହିଳା ଜଣଙ୍କ ଆସିଲେ ଓ ମହିଳା ଜଣଙ୍କ କିଏ ତାର ତଦନ୍ତ ଜାରି ରଖିଛି ପୋଲିସ । ଘଟଣାର ତଦନ୍ତ ପରେ ଗଳିତ ମୃତଦେହଟି କାହାର ଏବଂ ସେ ନିଜେ କାର୍ରେ ଆସି ପସିଯାଇଛନ୍ତି ନାଁ ତାଙ୍କ ମୃତଦେହ କେହି ସେଠାରେ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହେବ ।
ତେବେ ଯେଉଁ କାର୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ତାହା ୨୦୧୯ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଥିଲା । ଗଞ୍ଜାମ ପୋଲିସ ସେହି କାର୍ଟିକୁ ଜବତ କରିଥିବା ବେଳେ କୌଣସି କାରଣରୁ ଗାଡିଟିକୁ ଜାଆଁଳା ପୋଲିସକୁ ହସ୍ତାନ୍ତର କରିଥିଲା । ସେବେଠାରୁ କାର୍ଟି ଜାଆଁଳା ଫାଣ୍ଡି ପରିସରରେ ରହିଛି ।