ଅବସର ପ୍ରାପ୍ତ ଆଇଏଏସ ଅପରାଜିତା ସଡଙ୍ଗୀଙ୍କୁ ଦଳକୁ ଆଣି ବିଜେପି ତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ନିର୍ବାଚନରେ ସଫଳତା ଆଣିବା ପାଇଁ ବିଜେପିର ଗୋଟିଏ ଗୋÂୀ ଉଦ୍ୟମ ଚଳାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଅପରାଜିତାଙ୍କ ସମ୍ପର୍କରେ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି ଯେ ଅପରାଜିତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ନୀତି ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ।