Odia News Portal

ଆଜି ଚତୁର୍ଥ ଦିନିକିଆ : ଏକାଧିକ ପରିବର୍ତ୍ତନରେ ଖେଳିବ ଭାରତ

ମୋହାଲିରେ ଆଜି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ତୃତୀୟ ଦିନିକିଆକୁ ହାରିଯାଇଥିବା ଭାରତ ଏହି ମ୍ୟାଚ୍  ଜିତି ସିରିଜ୍  ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତ ସମାନ ସ୍ଥିତିକୁ ଆସିବ ଲକ୍ଷ୍ୟରେ ରହିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଶେଷ ଦୁଇଟି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ଋଷଭ ପନ୍ଥଙ୍କ ପ୍ରଦର୍ଶନ ଉପରେ । ତେବେ ଭାରତର ଓପନିଂ ଯୋଡି ଭଲ ପ୍ରଦର୍ଶନ କରୁନଥିବାରୁ ଟିମ୍ ଇଣ୍ଡିଆ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଆଜି  ଓପନିଂ ଯୋଡି ଉପରେ ଭାରତର ମ୍ୟାଚ୍ ଅନେକ କିଛି ନିର୍ଭର କରିବ । ଗତକାଲି ଉଭୟ ଦଳ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି । ଅପରାହ୍ନ ୧.୩୦ ମିନିଟରେ ଏହି ମ୍ୟାଚ୍ ଖେଳାଯିବ।