ନୂଆଦିଲ୍ଲୀ : ଆଜି ଆରମ୍ଭ ହେବାକୁ ଯାଉଛି ୨୦୧୯ ମସିହାର ଆଇପିଏଲ ସିରିଜ୍। ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି। କିନ୍ତୁ କିଛି ଲୋକ ନିଜର କାର୍ୟ୍ୟବ୍ୟସ୍ତତା ପାଇଁ ଏହି ଖେଳର ମଜା ଘରେ ବସି ନେଇପାରିବେ ନାହିଁ। ଏଣୁ ଏନେଇ ଆଜି ଆମେ ଏପରି କିଛି ଆପ୍ସ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ବିନା କୌଣସି ମୂଲ୍ୟରେ ଯେକୌଣସି ସ୍ଥାନରେ ମଧ୍ୟ ମ୍ୟାଚର ମଜା ଉଠାଇପାରିବେ। ଏହି ଆପ ମାନଙ୍କରେ ଆପଣ ମ୍ୟାଚର ସିଧାପ୍ରସାରଣକୁ ମିସ୍ କରିପାରିବେ ନାହିଁ।
Hotstar– ହଟଷ୍ଟାର ଆପ୍ ଛଡ଼ା ଆପଣ ଏହାର ୱେବସାଇଟ ମଧ୍ୟ ମ୍ୟାଚର ମଜା ଉଠାଇପାରିବେ। ଏହି ଆପ୍ ଉଦ୍ଭୟ ଆଇଓଏସ୍ ଏବଂ ଅନଡ୍ରୋଏଡ ପାଇଁ ଉପଲବ୍ଧ ରହିଛି। ଏଥିରେ ଆପଣ ଲାଇଭ ଆଇପିଏଲର ପୂର୍ଣ୍ଣ ଫାଇଦା ଉଠାଇ ପାରିବେ। କିନ୍ତୁ ଏହା ଆପଣଙ୍କୁ ଲାଇଭ ମ୍ୟାଚକୁ ୫ ମିନିଟ ବିଳମ୍ବରେ ଷ୍ଟିମିଂ କରି ଦେଖାଇବ। ଯଦି ଆପଣ ସଂପୂର୍ଣ୍ଣ ରିୟର ଟାଇମରେ ମ୍ୟାଚଟି ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ପ୍ରିମିୟମ୍ ପ୍ୟାକ ରିଚାର୍ଜ କରିପାରିବେ।
Jio TV : ଯଦି ଆପଣ ଜିଓର ଗ୍ରାହକ ତେବେ ଆପର ଜିଓ ଟିଭିରେ ମ୍ୟାଚର ମଜା ଉଠାଇପାରିବେ। ଜିଓ ଟିଭିରେ ମ୍ୟାଚର ଫାଇଦା ଉଠାଇବା ପାଇଁ ଆପଣଙ୍କୁ କେବଳ ଆପକୁ ଡାଉନଲୋଡ କରି ଏଥିରେ ଲଗଇନ୍ କରିବାକୁ ପଡିବ।
Yupp TV : ଏହି ଆପକୁ ଡାଉନଲୋଡ କରିବା ସହ ଏହାର ୱେବସାଇଟ ମଧ୍ୟ ଆପଣ ମ୍ୟାଚ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ ଆପର ସବସ୍କିପସନ୍ ପ୍ୟାକ୍ ନେବାକୁ ପଡିବ।