Odia News Portal

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା : ଗରିବଙ୍କୁ ବର୍ଷକୁ ମିିଳିବ ୭୨ ହଜାର ଟଙ୍କା

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ସାଧାରଣ ଜନତାଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ସବୁଠାରୁ ଗରିବ ୨୦ପ୍ରତିଶତ ଜନତାଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧି। ଯେଉଁ ପରିବାରର ମାସିକ ଆୟ ୧୨ହଜାର ଟଙ୍କାରୁ କମ ରହିଥିବ ସେହି ପରିବାରକୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ଏହି ରାଶିକୁ ସିଧାସଳଖ ଗରିବଙ୍କ ବ୍ୟାଙ୍କ ଜମାଖାତାରେ ଜମାହେବ। ଏହି ଯୋଜନାରେ ଦେଶର ପାଖାପାଖି ୨୫କୋଟି ଲୋକ ଉପକୃତ ହେବେ। ଏହି ଯୋଜନାର ନାମ ନ୍ୟାୟ ଯୋଜନା ରଖାଯାଇଛି। ଏହାସହ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ। ଗତ ପାଞ୍ଚବର୍ଷ ଧରି ଦେଶର ଜନତା ଅକଥନୀୟ ହଇରାଣ ହୋଇଛନ୍ତି। କଂଗ୍ରେସ ଦେଶବାସୀଙ୍କୁ ନ୍ୟାୟ ଦେବାକୁ ନିର୍ଣ୍ଣୟ ନେଇଛି। ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ବିଶ୍ୱରେ ପ୍ରଥମ ବୋଲି ସେ କହିଛନ୍ତି। ଏହା ବହୁତ ପ୍ରଭାବଶାଳୀ ଓ ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି ରାହୁଲ।