Odia News Portal

ବଗି ଛାଡି ପଳାଇଲା : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ

କଟକ  : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ବଗି ଛାଡି ପଳାଇଯାଇଛି ରାଜଧାନୀ ଏକ୍ସପ୍ରେସ୍‌ର ଇଞ୍ଜିନ । କଟକ କାଠଯୋଡି ପୋଲ ଉପରେ ବଗି ଛାଡି ଇଞ୍ଜିନ ପଳାଇଛି । ଫଳରେ ପୋଲ ଉପରେ ସମସ୍ତ ଏସି ବଗିଗୁଡିକ ଅଟକି ରହିଛି । ସୂଚନାଯୋଗ୍ୟ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସଟିର ଇଞ୍ଜିନ ବଗି ଛାଡି ପଳାଇଛି । କଟକ ଷ୍ଟେସନଠାରୁ ମାତ୍ର କିଛି ଦୂରରେ କାଠଯୋଡି ପୋଲ ଉପରେ ବଗି ଛାଡି ପଳାଇଛି ଇଞ୍ଜିନ । ଫଳରେ କାଠଯୋଡି ପୋଲ ଉପରେ ସମସ୍ତ ଏସି ବଗି ଗୁଡିକ ଅଟକି ରହିଛି । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣା ପରେ ସମସ୍ତ ବଗି ଓ ଯାତ୍ରୀ ସୁରକ୍ଷିତ ଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖୋର୍ଦ୍ଧା ରୋଡ୍ ଡିଆରଏମଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀ ଘଟଣାର ଅନୁଧ୍ୟାନ କରୁଛନ୍ତି ।