ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରବିବାର ପୁଣି ଥରେ ହାରିବାକୁ ପଡ଼ିଛି। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ଅର୍ଦ୍ଧଶତକ (୬୭ ରନ୍, ୫୦ ବଲ, ୮ ଚୌକା, ୨ ଛକା) ବଳରେ ଦିଲ୍ଲି କ୍ୟାପିଟାଲସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦ତମ ମ୍ୟାଚ୍ରେ ୧୮.୫ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୨ ରନ୍ କରିଛି। ଦିଲ୍ଲୀ ଏହି ମ୍ୟାଚ୍କୁ ୪ ଓ୍ଵିକେଟ୍ରେ ବିଜୟୀ ହୋଇଛି। ଏକ ସାଧାରଣ ଲକ୍ଷ୍ୟ ପକ୍ଷରେ ଦିଲ୍ଲୀ ସ୍କୋର ୧ ରନ୍ରେ ଓପନର୍ ଶିଖର ଧାଓ୍ଵାନଙ୍କୁ ହରାଇଥିଲା। ମାତ୍ର ଦ୍ୱିତୀୟ ଓ୍ଵିକେଟରେ ୬୮ ରନ୍ କରିଥିଲା। ପୃଥ୍ଵୀ ସ (୨୮ ରନ୍) ପଓ୍ଵନ ନେଗୀଙ୍କ ଦ୍ୱାରା ଆଉଟ୍ ହେବା ପୂର୍ବରୁ ୨୨ଟି ବଲ ଖେଳି ୫ଟି ଚୌକା ମାରିଥିଲେ। ଦିଲ୍ଲୀ ୩ୟ ଓ୍ଵିକେଟ ଭାବେ କୋଲିନ୍ ଇନଗ୍ରାମ୍ଙ୍କୁ ହରାଇଥିଲା। କୋଲିନ୍ ୨୨ ରନ୍ କରି ପାଭଲିଅନ୍ ଫେରିଥିଲେ। ମୋଇନ୍ ଅଲିଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ସେ ପାଭଲିଅନ ଫେରିଥିଲେ। ବେଙ୍ଗାଲୁରୁର ସ୍କୋର ୧୪୫ ରନ୍ରେ ୪ର୍ଥ ଶିକାର ହୋଇଥିଲେ ଶ୍ରେୟସ ଆୟାର। ସେ ନବଦୀପ ସାଇନୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। କ୍ରିସ ମୋରିସ ୩ଟି ବଲର ସମ୍ମୁଖୀନ ହୋଇ ଖାତା ଖୋଲି ନଥିଲେ। ଋଷଭ ପନ୍ତ ୧୮ ରନ୍ ଯୋଡ଼ିବା ପରେ ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସ୍ଥାନୀୟ ଏମ୍ ଚିଦାମ୍ବରମ ଷ୍ଟାଡିୟମ୍ରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୪୯ ରନ୍ କରିଛି। ଫଳରେ ଦିଲ୍ଲୀକୁ ୧୫୦ ରନ୍ ଟାର୍ଗେଟ ମିଳିଥିଲା। ବେଙ୍ଗାଲୁରୁ ସ୍କୋର ୧୬ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଥିଲା। ସେହିଭଳି ୪୦ ରନ୍ରେ ଡିଭିଲିୟର୍ସ, ୬୬ ରନ୍ରେ ମାର୍କସ ଷ୍ଟୋଇନିସ୍, ୧୦୩ ରନ୍ରେ ମୋଇନ୍ ଅଲି, ୧୩୩ ରନ୍ରେ ବିରାଟ କୋହଲି, ୧୩୭ ରନ୍ରେ ଆକାଶଦୀପ, ୧୩୮ ରନ୍ରେ ପଓ୍ଵନ ନେଗୀ ଓ ୧୪୨ ରନ୍ରେ ମହମ୍ମଦ ସିରାଜ ଆଉଟ୍ ହୋଇଥିଲେ।