Odia News Portal

ଦେଶ ଛାଡ଼ି ୩୬ ବ୍ୟବସାୟୀ ପାର୍‌ , ଆସନ୍ତୁ ଜାଣିବା ..

 ନୂଆଦିଲ୍ଲୀ : ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ଭଳି ୩୬ ଜଣ ବ୍ୟବସାୟୀ ଦେଶ ଛାଡ଼ି ପଳାଇଛନ୍ତି। ସେମାନଙ୍କ ବିରୋଧରେ ଦେଶରେ ଅପରାଧିକ ମାମଲା ରହିଛି ବୋଲି ଏକ ଅଦାଲତକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜଣାଇଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ୍ ଭିଭିଆଇପି ହେଲିକପ୍ଟର କିଣାରେ ହୋଇଥିବା ଦୁର୍ନୀତିର ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଇଡି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୁଶେନ୍‌ଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଦାଲତଙ୍କୁ ଅବଗତ କରିଥିଲେ ଯେ, ଯେହେତୁ ତାଙ୍କ କ୍ଲାଏଣ୍ଟ୍‌ ସାମାଜିକ କାର୍ଯ୍ୟ ସହିତ ଗଭୀର ଭାବେ ଜଡ଼ିତ ରହିଛନ୍ତି, ତେଣୁ ସେ ଦେଶ ଛାଡ଼ି ଯିବେ ନାହିଁ। ଏହାର ଉତ୍ତରରେ ପ୍ରତିପକ୍ଷ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ବିଜୟ ମାଲ୍ୟା‌, ନିରବ ମୋଦୀ, ଲଲିତ ମୋଦୀ, ମେହୁଲ ଚୋକ୍‌ସି ଓ ସନ୍ଦସେରା ଭ୍ରାତା ମଧ୍ୟ ସମାଜ ସହିତ ଗଭୀର ଭାବେ ଜଡ଼ିଥିଲେ। ତଥାପି ସେମାନେ ଦେଶ ଛାଡ଼ି ପଳାୟନ କରିଥିଲେ। ବିଗତ କିଛି ବର୍ଷ ଭିତରେ ଏଭଳି ଭାବେ ୩୬ ଜଣ ବ୍ୟବସାୟୀ ଦେଶ ଛାଡ଼ି ଚାଲିଯାଇଥିବା ସେ କହିଛନ୍ତି।