Odia News Portal

ଶିଖର ଧୱନ ବ୍ୟାଟ୍ ଛାଡି ଧରିଲେ ବଂଶୀ

ଦେଢ ମାସ ହେଲା ଚାଲିଥିବା ଆଇପିଏଲ୍ ୨୦୧୯ ସରିବା ପରେ ଏବେ ସବୁ କ୍ରିକେଟ ପ୍ରେମୀ ବିଶ୍ୱକପ୍‌କୁ ଅପେକ୍ଷା କରି ରହିଛନ୍ତି । କିଛି ସପ୍ତାହ ପରେ ଆରମ୍ଭ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ପାଇଁ ସବୁ ଟିମ୍ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହି ମାମଲାରେ ଟିମ୍ ଇଣ୍ଡିଆ ମଧ୍ୟ କୌଣସିଥିରେ ପଛରେ ନାହିଁ । ଆଇପିଏଲ୍ ସମାପ୍ତି ପରେ ଏବେ ସବୁ ଧ୍ୟାନ ବିଶ୍ୱକପ୍‌ ଉପରେ ରହିଛି ।

ଇଂଲଣ୍ଡ-େଓ୍ଵଲ୍ସରେ ୩୦ ମଇରୁ ଆରମ୍ଭ ହେବାକୁ ଥିବା ବିଶ୍ବ କପରେ ଟିମ୍ ଇଣ୍ଡିଆ ବିରାଟଙ୍କ କ୍ୟାପଟେନସିପ୍ ରେ ଟ୍ରଫି ନିଜ ନାରେ କରିବା ପାଇଁ ଜୋରଦାର ପ୍ରୟାସ କରୁଛି । ଏଥିପାଇଁ ଟିମ୍ ଇଣ୍ଡିଆକୁ ତାର ଖେଳାଳି ଶିଖର ଧୱନ ଏବଂ ରୋହିତ୍ ଶର୍ମାଙ୍କ ଯୋଡିକୁ ନେଇ ବହୁତ ଆଶା ଅଛି । ଏହି ସମୟରେ ଶିଖର ଧୱନ ନିଜର ବିଶ୍ୱକପ୍‌ ପ୍ରସ୍ତୁତିକୁ ନେଇ ବହୁ କିଛି ଖୁଲାସ କରିଛନ୍ତି । ଆଇସିସିର ଏହି ବଡ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଏବଂ ଗବ୍ବର (Gabbar) ନାମରେ ପ୍ରସିଦ୍ଧ ଥିବା ଶିଖର ଧୱନ କହିଛନ୍ତି କି, ଆଜିକାଲି ସେ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖିବା ପାଇଁ ବଂଶୀ ବଜାଇବା ଶିଖୁଛନ୍ତି । ସେ କହିଛନ୍ତି, ମୁଁ ସୁଫି ସଙ୍ଗୀତ ର ପ୍ରଶଂସକ ଅଟେ ।

ବଡାଲି ବ୍ରଦର୍ସ ମୋର ମନ ପସନ୍ଦର ଅଟନ୍ତି । ଏବେ ମୁଁ ବଂଶୀ ମଧ୍ୟ ଶିଖୁଛି । ଧୱନ କହିଛନ୍ତି କି, ବଂଶୀ ଏବଂ ସଙ୍ଗୀତ ତାଙ୍କୁ ଟେନସନ୍ ମୁକ୍ତ ରଖିବା ପାଇଁ ବହୁ ସାହାର୍ଯ୍ୟ କରୁଛି । ସେ ଏହା ମଧ୍ୟ କହିଛନ୍ତି କି, ମଣିଷକୁ ଲାଇଫରେ କିଛି ସୌଉକ୍ ରଖିବା ଉଚିତ୍ । ଏଠାରେ କହିରଖୁଛୁ ଯେ, ଆଇପିଏଲ୍ ୨୦୧୯ରେ ଶିଖର ଧୱନ ବହୁ ଭଲ ପ୍ରଦର୍ଶନ କରିଥିଲେ । ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ୧୬ଟି ମ୍ୟାଚରେ ୫୨୧ ରନ୍ କରିଥିଲେ । ଏହି ସମୟରେ ଧୱନ ନିଜ କ୍ୟାରିୟରରେ ୫ଟି ଅର୍ଦ୍ଧଶତକ ମଧ୍ୟ ଯୋଡିଛନ୍ତି ।