Odia News Portal

ଦିଲ୍ଲୀରେ ପହଞ୍ଚିଲେ ନବୀନ …

ନୂଆଦିଲ୍ଲୀ : ପଞ୍ଚମ ପାଳି ଶାସନ ଆରମ୍ଭ ପରେ ଆଜି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ୭ ଦିନିଆ ଦିଲ୍ଲୀରେ ଗସ୍ତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟପ୍ରତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବାର ଥିବା ନେଇ ସୂଚନା ମିଳିଛି ।

ଦିଲ୍ଲୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସାକ୍ଷାତ ବେଳେ ଫୋନି କ୍ଷତି ନେଇ ଆଲୋଚନା କରିବେ। ଏହା ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୌଜନ୍ୟମୂଳଖ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ପଡ଼ି ରହିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆଲୋଚନା କରି ପାରନ୍ତି। ଏହା ସହିତ ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ଚୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନୀତ ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବେ ବୋଲି କହିଛନ୍ତି।