Odia News Portal

ଟାଟା ଷ୍ଟିଲକୁ ଗ୍ରୀନ୍କୋ ଷ୍ଟାର ପରଫର୍ମର ପୁରସ୍କାର

ନୂଆଦିଲ୍ଲୀ : ଏଠାରେ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ଗ୍ରୀନ୍କୋ ବୈଠକର ୮ମ ସଂସ୍କରଣରେ ଟାଟା ଷ୍ଟିଲକୁ ସମ୍ମାନଜନକ ଗ୍ରୀନ୍କୋ ଷ୍ଟାର ପରଫର୍ମର ପୁରସ୍କାର ପ୍ରଦାନ
କରାଯାଇଛି । ଏଥିସହ ଟାଟା ଷ୍ଟିଲ ବିକାଶ ଓ ଗବେଷଣାଗାର ପ୍ରସ୍ତୁତ ଏଲଡ଼ି ସ୍ଲାଗ ବର୍ଜ୍ୟରୁ ପୁଷ୍ଟିଯୁକ୍ତ ସଲଫେଟ ସାର ବିକାଶ ପ୍ରକଳ୍ପକୁ ଅଭିନବ ପ୍ରକଳ୍ପ ଭାବେ ସିଆଇଆଇ
ପରିବେଶ ସର୍ବୋତ୍ତମ ଧାରା ପ୍ରଚଳନର ୬ଷ୍ଠ ସଂସ୍କରଣ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି ।
ମିଳିତ ଜାତିସଂଘ ଶିଳ୍ପ ବିକାଶ ସଂଗଠନ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ବୈଠକରେ ଟାଟା
ଷ୍ଟିଲ ପକ୍ଷରୁ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରନ୍ତର ବିକାଶ ବିଭାଗ ଉପସଭାପତି ସଞ୍ଜିବ ପଲ ଗ୍ରୀନ୍କୋ ଷ୍ଟାର ପରଫର୍ମର ପୁରସ୍କାର ଗ୍ରହଣ କରିଥିଲେ । ଏହି ବୈଠକରେ ସବୁଜ ମାର୍କେଟିଂ ଓ ସବୁଜ ବ୍ରାଣ୍ଡିଂ ସଂପର୍କରେ ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଏହି ଅବସରରେ ସଞ୍ଜିବ ପଲ କହିଥିଲେ ଯେ, ଏଲଡ଼ି ସ୍ଲାଗରୁ ସଲଫେଟ ସାର ପ୍ରସ୍ତୁତି ଟାଟା ଷ୍ଟିଲ ଅଭିନବ ଉଦ୍ଭାବନର ଏକ ଉତ୍ତମ ଉଦାହରଣ ।
ଏହାଦ୍ୱାରା ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ଉତ୍ପାଦର
ଆର୍ଥିକ ମୂଲ୍ୟ ସୃଷ୍ଟି କରାଯାଇପାରିବ । ଦେଶର କୃଷି କ୍ଷେତ୍ର ପାଇଁ ଏପ୍ରକାର ସାରର ବହୁଳ ଆବଶ୍ୟକତା ରହିଛି । ଟାଟା ଷ୍ଟିଲକୁ ଏକ୍ଷେତ୍ର ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ସେ
ସିଆଇଆଇକୁ ଧନ୍ୟବାଦ ଜଣାଇଥିଲେ । ଏକ ଅଜୈବ ସାର ଭାବେ ଏହା ମାଟିରେ ବତର ରଖିବାରେ ସହାୟକ ହୋଇଥାଏ । ଅମ୍ଳ ମାଟି ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ । ଏହି
ଉଦ୍ୟମ ଓ ଗବେଷଣା କଂପାନୀ ପକ୍ଷରୁ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା ।