Odia News Portal

କମିଲା ପେଟ୍ରୋଲ ଏବଂ ଡିଜେଲ ଦର, ଆସନ୍ତୁ ଜାଣିବା

ବଜେଟ ପରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହା ପୂର୍ବରୁ ସୋମବାର କେବଳ ଡିଜେଲ ଦରରେ ହ୍ରାସ ଘଟିଥିଲା । ଏବେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା କମିଛି । ସେହିପରି ଡିଜେଲ ମଧ୍ୟ ୧୦ ପଇସା ଶସ୍ତା ହୋଇଛି । ଜୁଲାଇ୫ରେ ଆଗତ ହୋଇଥିବା ବଜେଟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଟଙ୍କା ସେସ୍ ଏବଂ ୧ ଟଙ୍କା ଏକସାଇଜ ଟିକସ ଲଗାଯାଇଥିଲା । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା ।

ଇଣ୍ଡିଆନ ଅଏଲର ତଥ୍ୟାନୁସାରେ, ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୭୨.୯୦ ଥିବା ବେଳେ ଡିଜେଲ ୬୬.୪୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୭୮.୫୨ ଟଙ୍କା, ଜିଜେଲ ୬୯.୬୯ଟଙ୍କା, କୋଲକାତାରେ ପେଟ୍ରୋଲ ୭୫.୧୨ ଓ ଡିଜେଲ ୬୮.୪୮ ଟଙ୍କା ରହିଛି ।

ପ୍ରତିଦିନ ସକାଳ ୬ଟାରୁ ଲାଗୁ ହେବ ନୂତନ ଦର

ଦେଶର ତୈଳ ମାର୍କେଟିଂ କମ୍ପାନୀ ଏଚପିସିଏଲ, ବିପିସିଏଲ, ଆଇଓସି ପ୍ରତିଦିନ ପେଟ୍ରୋଲ, ଡିଜେଲ ମୂଲ୍ୟର ସମୀକ୍ଷା କରିଥାନ୍ତି । ନୂତନ ଦର ସକାଳ ୬ଟାରୁ ଲାଗୁ ହୋଇଥାଏ । ୧୫ଦିନର ଦରକୁ ଦେଖି ତୈଳ ଦର ନିରୂପଣ କରାଯାଇଥାଏ ।  ଏହା ବ୍ୟତୀତ ଟଙ୍କା ଏବଂ ଡଲାରର ବିନିମୟ ଦର ମଧ୍ୟ ତୈଳ ଦରକୁ ପ୍ରଭାବିତ କରିଥାଏ ।