Odia News Portal

ଵିଜେପିର ପୂର୍ବତନ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପିର ପୂର୍ବତନ ବିଧାୟକ ମନୋଜ ଶୌକିନଙ୍କ ବିରୋଧରେ ତାଙ୍କ ବୋହୁ  ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ବିଜେପିରୁ ୨ ଥର ବିଧାୟକ ରହିସାରିଥିବା ମନୋଜଙ୍କ ବିରୋଧରେ ତାଙ୍କ ବୋହୁ ପଶ୍ଚିମ ବିହାର ଥାନାରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ହେଉଛି ଯେ,ପୂର୍ବତନ ବିଧାୟକ ୩୧ ଡିସେମ୍ବର ୨୦୧୮ ଓ ଜାନୁଆରୀ ୨୦୧୯ ରାତି ମଧ୍ୟରେ ତାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲେ। ପୂର୍ବତନ ବିଧାୟକ ମନୋଜ ଶୌକିନ ମୁଡକା ଓ ନାଗଲୋଇରୁ ଏମଏଲଏ ରହିସାରିଛନ୍ତି। ଏଆଇଆରରେ ପୀଡିତା ଜଣକ କହିଛନ୍ତି ଗତ ୩୧ ଡିସେମ୍ବର ୨୦୧୮ରେ ତାଙ୍କର ପରିବାରର ଏକ ହୋଟେଲରେ ପାର୍ଟି ଥିଲା। ପାର୍ଟି ପରେ ସେ ନିଜର ସ୍ବାମୀଙ୍କ ଘରକୁ ଚାଲିଯାଇଥିଲେ, ତେବେ ପ୍ରାୟ ଅଧାରାତିରେ ତାଙ୍କର ଶ୍ବଶୁର ରିଭଲଭର ​ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପୀଡିତା ଜଣକ ଏଫଆଇଆରରେ ପୋଲିସକୁ  ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି।

ପୀଡିତା ତାଙ୍କ ଶ୍ବଶୁରଙ୍କ ସହିତ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ମାମଲା ଏହି ଘଟଣା ପୂର୍ବରୁ ରୁଜୁ କରିସାରିଛନ୍ତି। ଘରୋଇ ହିଂସା ମାମଲାର ଶୁଣାଣି ବେଳେ ପ୍ରୋଟେକ୍ସନ ଅଫିସର ତାଙ୍କୁ ପଚାରିଥିଲେ ଆପଣଙ୍କ ଶ୍ବଶୁର ଆପଣଙ୍କ ସହିତ ଯାହା କିଛି କରିଛନ୍ତି ତାହା କୁହନ୍ତୁ। ଏହାର ଉତ୍ତରେ ପୀଡିତା ଜଣକ ନିଜ ସହ ଘଟିଥିବା ସମସ୍ତ ଘଟଣା କହିଥିଲେ। ସେ କହିଥିଲେ, ତାଙ୍କ ଶ୍ବଶୁର ତାଙ୍କୁ ଧମକ ଦେବା ସହିତ ଦଳର ବହୁ ନେତା ଓ ସାଂସଦଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି,କେହି ତାଙ୍କର କିଛି କ୍ଷତି କରିପାରିବେ ନାହିଁ ବୋଲି କହୁଥିଲେ। ଏଫଆଇଆରରେ ପୀଡିତା ଜଣକ ଆହୁର ଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ୭ ଜୁଲାଇରେ କ୍ରାଇମ ଏଗନେଷ୍ଟ ଓ୍ବିମେନ ସିଏଡବ୍ଲୁ ସେଲରେ ତାଙ୍କ ମା ଓ ବାପାଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା। ଏହି ସମୟରେ ସାକେତ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଗତ ବୁଧବାର ସେ ଯେତେବେଳେ ଘରୋଇ ହିଂସା ମାମଲା ସମ୍ପର୍କରେ ସାକେତ କୋର୍ଟ ପହଁଞ୍ଚିଥିଲେ ଓ ମୋର ବୟାନ ନେବା ପାଇଁ ପ୍ରୋଟେକ୍ସନ ଅଧିକାରୀଙ୍କୁ ଦେଖାକଲି, ସେ ସମ୍ପର୍କିତ ପ୍ରୋଟେକ୍ସନ ଅଧିକାରୀ ମୋତେ ମୋର ତଥା ମୋର ପରିବାରର ସୁରକ୍ଷାର ଆଶ୍ବସନା ଦେଇଥିଲେ, ଏହାପରେ ମୁଁ ନଜିର ଘଟଣା ସମ୍ପର୍କରେ ଅଧିକାରୀ ତଥା ନିଜର ପରିବାର ଲୋକଙ୍କୁ କହିଥିଲି।‘