Odia News Portal

ଓଡ଼ିଆ ହକି ଖେଳାଳିଙ୍କୁ ଦିଲ୍ଲୀରେ ଆକ୍ରମଣ

ନୂଆଦିଲ୍ଲୀ : ଓଡ଼ିଆ ହକି ଖେଳାଳିଙ୍କୁ ଦିଲ୍ଲୀରେ ଆକ୍ରମଣ। ରାଉରକେଲାର ପାନପୋଷ ସ୍ପୋର୍ଟସ୍‌ ହଷ୍ଟେଲ୍‌ର ହକି ଖେଳାଳି ସୁମିତ ଟପ୍ପୋଙ୍କ ଉପରେ ଦିଲ୍ଲୀରେ ଆକ୍ରମଣ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଦିଲ୍ଲୀରେ ନେହେରୁ କପ୍‌ରେ ଭାଗ ନେବାକୁ ଯାଇଥିବା ସୁମିତଙ୍କ ଉପରେ ପଞ୍ଜାବ ପୋଲିସର ଖେଳାଳି ଆକ୍ରମଣ କରି ଲହୁଲୁହାଣ କରିଛନ୍ତି।

ମ୍ୟାଚ ୩-୩ରେ ଡ୍ର ରହିଥିବା ବେଳେ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା। ସୁମିତଙ୍କୁ ଆକ୍ରମଣ କରିବା ପରେ ଅନ୍ୟ ଚାରି ଖେଳାଳିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସୁମିତଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ୪ଜଣ ଖେଳାଳି ଆହତ ହେବା ପରେ ମଧ୍ୟ ଖେଳ ଜାରି ରହିଥିଲା ଓ ପିଏନବି ଏହି ମ୍ୟାଚକୁ ୬-୩ରେ ଜିତିଥିଲେ। ଏନେଇ ପିଏନବିର ଖେଳାଳିଙ୍କ ପକ୍ଷରୁ ତିଲକନଗର ଥାନାରେ ମାମଲା ରୁଜୁ ହୋଇଛି।