Odia News Portal

ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ଅଧରାତିରେ ଫୁଟିଲା ଗୁଳି

ନୂଆଦିଲ୍ଲୀ : ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ। ଅଧରାତିରେ ଫୁଟିଛି ଗୁଳି। ବିଶ୍ୱଦ୍ୟାଳୟର ୫ ନମ୍ବର ଗେଟ୍‌ ନିକଟରେ ଫାୟାରିଂ ହୋଇଛି। ୨ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ। ସେଠାରେ ଥିବା ଛାତ୍ରମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ଏନେଇ ଛାତ୍ରମାନେ ଜାମିୟା ନଗର ପୋଲିସ ଥାନାରେ ଏତଲା ଦେଇଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ଏଠାରେ ଗୁଳିମାଡ କରିଥିଲେ। ଏହା ହେଉଛି ତୃତୀୟ ଘଟଣା।