Odia News Portal

ଟ୍ରକ୍‌କୁ ଧକ୍କା ଦେଲା ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ବସ୍‌, ୧୪ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏକ ଡବର ଡେକାା ଭଲ୍‌ବୋ ବସ୍‌ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବାରୁ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏଥିରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଫିରୋଜାବାଦର ଏସ୍‌ପି ସଚିନ୍ଦ୍ର ପଟେଲ କହିଛନ୍ତି ଯେ ବୁଧବାର ରାତି ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମାଲ ଷ୍ଟୋନ୍‌ ୭୧/୩ ଥାନା ନଗଲା ଖଙ୍ଗର କ୍ଷେତ୍ରରେ ଦିଲ୍ଲୀରୁ ବିହାର ଯାଉଥିବା ଏକ ପ୍ରାଇଭେଟ୍‌ ଭଲ୍‌ବୋ ବସ୍‌ ରାସ୍ତାରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଥିବା ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।