ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ବେଲି ଜଣା ପଡିଛି। ଯଦି ଭୋଟର ସେହି ରାଜ୍ୟରେ ରହୁଥାନ୍ତି ଯେଉଁ ରାଜ୍ୟର ସେମାନେ ଅଧିବାସୀ ନୁହନ୍ତି ଅର୍ଥାତ ସେମାନେ ସେହି ରାଜ୍ୟର ପଞ୍ଜିକୃତ ଭୋଟର ନୁହନ୍ତି ତେବେ ଏଥିପାଇ ସେମାନଙ୍କୁ ନିରାଶ ହେବାକୁ ପଡିବ ନାହିଁ । କାରଣ ନିର୍ବାଚନ ଆୟୋଗ ଏହାକୁ ନଜରରେ ରଖି ଇ-ଭୋଟିଂ ଭଳି ସୁବିଧାର ଚିନ୍ତା କରୁଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ଏବେ ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଇଆଇଟି ଚେନ୍ନାଇର ସହଭାଗିତାରେ ଏହି ବ୍ୟବସ୍ଥାକୁ ବିକଶିତ କରାଯାଉଛି। ଏକ ତଥ୍ୟ ଅଧାରରେ ଭାରତର ୪୫ କୋଟି ଲୋକ ରୋଜଗାର ଓ ପାଠ ପଢା ନିମନ୍ତେ ଅନ୍ୟରାଜ୍ୟକୁ ଯାଇଥାନ୍ତି । ଏହି ପ୍ରବାସୀ ଭୋଟର ମାନେ ବାହାରେ ଥିବାରୁ ନିଜ ରାଜ୍ୟର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ନାହିଁ। ଏଥିପାଇଁ ଭୋଟ ହାର କମିଥାଏ। ଏବେ ଯଦି ଏହି ଇ-ଭୋଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତେବେ ପ୍ରବାସୀ ଭୋଟରମାନେ ସହଜରେ ନିଜ ମତଦାନ ସାବ୍ୟସ୍ତ କରିପାରିବେ।
କିନ୍ତୁ ଏବେ ସୁପ୍ରିମ କୋର୍ଟ ଆଧାର ସମ୍ବନ୍ଧିତ ପୂର୍ବନିର୍ଦ୍ଧାରିତ ଗାଇଡ ଲାଇନ ଅନୁସାରେ ଏହି ମତଦାତା ପତ୍ର ଯୋଡିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏବେ ଏହାକୁ ସାରା ଭାରତରେ ଲାଗୁ କରିବାକୁ ଚିନ୍ତା କରୁଛନ୍ତି ECI