Odia News Portal

ଆସିଲା କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ଆସିଲା କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ଚଳାଚଳ ଉପରେ ରୋକ ଲଗାଯାଇଛି । ଆସନ୍ତୁ ଜାଣିବା ନୂଆ ଗାଇଡ୍‌ଲାଇନ ଅନୁସାରେ କେଉଁ ସେବା ଜାରି ରହିବ ଏବଂ କେଉଁ ସେବା ଉପରେ ରୋକ୍ ଲଗାଯିବ  ।

ନୂଆ ଗାଇଡ୍‌ଲାଇନ୍‌

– ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ

– ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣରେ ରୋକ୍‌

– ଟ୍ରେନ୍‌, ବସ୍‌ ଓ ମେଟ୍ରୋ ସେବା ବନ୍ଦ ରହିବ

– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ

– ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ

– କୃଷି କାର୍ଯ୍ୟ ଉପରେ କୌଣସି କଟକଣା ନାହିଁ

– କୃଷି ସମ୍ବନ୍ଧୀୟ ସମସ୍ତ କାମ ଆରମ୍ଭ ହେବ

– ମତ୍ସ୍ୟ ପାଳନ ଉପରେ କଟକଣା ନାହିଁ

– ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ

– ଧାର୍ମିକ ସ୍ଥଳୀରେ ଜନସାଧାରଣଙ୍କୁ ପୂଜାପାଠ ମନା

– ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ମାସ୍କ ନପିନ୍ଧିଲେ ଜରିମାନା

– ବାହାରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ

– ଅନ୍‌ଲାଇନ୍‌ ସପିଂ ଉପରେ କୌଣସି କଟକଣା ନାହିଁ

– ସିନେମା ହଲ୍‌, ଜିମ୍‌, ସପିଂ ମଲ ବନ୍ଦ ରହିବ

– କୌଣସି ପ୍ରକାର ଖେଳ ଆୟୋଜନ ହୋଇପାରିବ ନାହିଁ

– କୋଇଲା ଖାଦାନରେ କାମ ଆରମ୍ଭ ହେବ

– ଆୟୁଷ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ଜାରି ରହିବ

– ଗାଁରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ