Odia News Portal

ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ

ସିଡନୀ: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ପିଟର ହାଣ୍ଡସକମ୍ବଙ୍କ ଦ୍ରୁଢ ବ୍ୟାଟିଂ ବଳରେ ୫  ୱିକେଟ ହରାଇ ୨୮୮ ରନ ସଂଗ୍ରହ କରିଛି ।

ପ୍ରଥମେ କଙ୍ଗାରୁ ଓପନର ଯୋଡି ଫେଲ ମାରିଥିଲେ । ଯାହା ଦଳକୁ ବ୍ୟାକଫୁଟରେ ରଖିଥିଲା । ଆରୋନ ଫିଂଚ ଏବଂ ଆଲେକ୍ସ କାରୀ ସଅଳ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ଉସମାନ ଖ୍ୱାଜା ଏବଂ ସନ ମାର୍ସ ପାଳି ସମ୍ଭାଳିଥିଲେ । ବ୍ୟାଟସମ୍ୟାନ ପିଟର ହାଣ୍ଡସକମ୍ବ ସର୍ବାଧିକ ୭୩ ରନ କରିଥିବା ବେଳେ ସନ ମାର୍ସ ୫୪, ଉସମାନ ଖ୍ୱାଜା ୫୯ ରନ କରିଥିଲେ ।

ସେହିଭଳି ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଦୁଇଟି ଲେଖାଏଁ  ୱିକେଟ ଅକ୍ତିଆର କରିଛନ୍ତି ।